fbpx

INDvsSL; ଶୁଭମନଙ୍କ ପରେ ପରାଗ-ସୁନ୍ଦରଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ, ଶ୍ରୀଲଙ୍କାକୁ ଦେଲେ ୧୩୮ ରନର ଟାର୍ଗେଟ

ନୂଆଦିଲ୍ଲୀ: ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କା ଆଗରେ ୧୩୮ ରନର ଟାର୍ଗେଟ ରଖିଛି । ଶ୍ରୀଲଙ୍କା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପରେ ଭାରତୀୟ କ୍ରିକେଟ୍ ଦଳ ୯ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା । ଶୁଭମନ ଗିଲ୍ ୩୯ ରନ୍ କରିଥିଲେ ।

ତାଙ୍କୁ ରିଆନ ପରାଗ ୨୬ ଓ ୱାଶିଂଟନ ସୁନ୍ଦର ୨୫ ରନ୍ କରିଥିଲେ । ଗୋଟିଏ ସମୟରେ ଭାରତୀୟ ଦଳର ସ୍କୋର ୮.୪ ଓଭରରେ ୫ ୱିକେଟ୍ ହରାଇ ୪୮ ରନ୍ ଥିଲା । ଶ୍ରୀଲଙ୍କା ପକ୍ଷରୁ ମହେଶ ଥିକସାନା ୩ଟି ୱିକେଟ୍ ନେଇଥିଲେ । ଟି-୨୦ ସିରିଜରେ ଭାରତୀୟ ଦଳ ୨-୦ରେ ଆଗରେ ଗହିଛି ।

Get real time updates directly on you device, subscribe now.