ଗୋଟେ ବି ୱିକେଟ୍ ନେଇ ପାରିଲେନି ବୁମରାହ-ଚକ୍ରବତୀ, ଭାରତ ଆଗରେ ୧୭୨ ରନ୍ ଟାର୍ଗେଟ୍

ଜସପ୍ରିତ ବୁମରାହ ତାଙ୍କ ଚାରି ଓଭରରେ ୪୫ ରନ୍ ଦେଇଥିଲେ।

ଓଡ଼ିଶାଭାସ୍କର: ଭାରତକୁ ୧୭୨ ରନ୍ ଟାର୍ଗେଟ୍ ଦେଲା ପାକିସ୍ତାନ। ୧୭୧ରେ ୫ ୱିକେଟ୍ ହରାଇ ୨୦ ଓଭରରେ ମ୍ୟାଚ୍ ଶେଷ କରିଛି ପାକିସ୍ତାନ।

ଶିବମ୍ ଦୁବେଙ୍କୁ ୨ଟି, ହାର୍ଦ୍ଦିକ ଓ କୁଲଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ପାକିସ୍ତାନ ପ୍ରଥମ ୧୦ ଓଭରରେ ଗୋଟିଏ ୱିକେଟ୍ ହରାଇ ୯୧ ରନ୍ କରିଥିଲା ବେଳେ ଶେଷ ୧୦ ଓଭରରେ ୮୦ ରନ୍ ହୋଇଥିଲା।

ଜସପ୍ରିତ ବୁମରାହ ତାଙ୍କ ଚାରି ଓଭରରେ ୪୫ ରନ୍ ଦେଇଥିଲେ। କୌଣସି ୱିକେଟ୍ ନଥିଲେ। ବରୁଣ ଚକ୍ରବର୍ତ୍ତୀ ମଧ୍ୟ ୧୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପରେ କୌଣସି ୱିକେଟ୍ ନଥିଲେ।

ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ ସର୍ବାଧିକ ୫୮ ରନ୍ କରିଥିଲେ। ଫହୀମ ଆଶରଫ୍ ୮ ବଲ୍ ରେ ୨୦ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଶିବମ୍ ଦୁବେ ତାଙ୍କ ଶେଷ ଓଭରରେ ୧୭ ରନ୍ ଦେଇ ୩୩ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।