fbpx

ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସୁପରସୋନିକ୍‍ କ୍ଷେପଣାସ୍ତ୍ର ସ୍ମାର୍ଟର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭଦ୍ରକ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସୁପରସୋନିକ୍‍ ମିସାଇଲ୍‍ ଆସିଷ୍ଟେଡ୍‍ ରିଲିଜ୍‍ ଅଫ୍‍ ଟର୍ପେଡୋ-ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ- ଡିଆରଡିଓ ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ର ବୁଡାଜାହାଜ ନିରୋଧି ଯୁଦ୍ଧ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ, ଏହି କ୍ଷେପଣାସ୍ତ୍ରରେ ପାରାସୁଟ୍‍ ସମେତ ଅତ୍ୟାଧୁନିକ ଦିଗନିର୍ଣ୍ଣୟକାରୀ ବ୍ୟବସ୍ଥା ରହିଛି ।

ଆଜି ସକାଳ ୮ଟା ୩୦ ମିନିଟ୍‍ ସମୟରେ ଏହି କ୍ଷେପଣାସ୍ତ୍ରକୁ ଗ୍ରାଉଣ୍ଡ ମୋବାଇଲ ଲଞ୍ଚରରୁ ଉତ୍‍କ୍ଷେପଣ କରାଯାଇଥିଲା । ପରୀକ୍ଷଣ ସମୟରେ ଏହାର ପ୍ରତ୍ୟେକ ବିଷୟକୁ ଯାଂଚ କରାଯାଇଥିବା ଜଣାପଡିଛି । ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ସହଯୋଗୀ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

Get real time updates directly on you device, subscribe now.