fbpx

କାନାଡା ଲୋକଙ୍କ ଭିସା ସେବାକୁ ସସପେଣ୍ଡ୍ କଲା ଭାରତ

Advertisement

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ସସପେଣ୍ଡ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି ।

ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ସମୟରେ କାନାଡାର ପ୍ରଧାନମନ୍ତ୍ରୀ ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜ୍ଜରର ହତ୍ୟା ଅଭିଯୋଗ ଭାରତ ଉପରେ ଲଗାଇଛନ୍ତି ।

ରିପୋର୍ଟ ଅନୁଯାୟୀ ଭିସା ସେବାକୁ ନିଲମ୍ବନ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ତେବେ କାନାଡାରେ ଭିସା ଆବେଦନ କେନ୍ଦ୍ର ଚଳାଉଥିବା ବିଏଲଏସ୍ ଇଣ୍ଟରନ୍ୟାସନାଲ ଏହାର କାନାଡିୟ ୱେବସାଇଟରେ ଏକ ମେସେଜ୍ ପୋଷ୍ଟ କରିଛି । ଏହି ମେସେଜରେ ଲେଖାଯାଇଛି, “ଭାରତୀୟ ମିଶନରୁ ଗୁରୁତ୍ୱପୂର୍ଣ୍ଣ ସୂଚନା: ପରିଚାଳନା କାରଣରୁ ଭାରତୀୟ ଭିସା ସେବା ଗୁରୁବାର (୨୧ ସେପ୍ଟେ୍ଟମ୍ବର ୨୦୨୩) ଠାରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।’

ଭାରତୀୟ ଅଧିକାରୀ ନିଶ୍ଚିତ କରିଛନ୍ତି :-
ଜଣେ ଭାରତୀୟ ଅଧିକାରୀ ଏହି ନିଲମ୍ବନକୁ ନିଶ୍ଚିତ କରିଛନ୍ତି କିନ୍ତୁ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି, “ଭାଷା ସ୍ପଷ୍ଟ ଏବଂ ସେମାନେ ତାହା କହୁଛନ୍ତି ଯାହା କହିବାକୁ ଚାହୁଁଛନ୍ତି । କୋଭିଡ -୧୯ ମହାମାରୀ ପରେ ଭାରତ ପ୍ରଥମ ଥର ପାଇଁ ଭିସା ସ୍ଥଗିତ ରଖିଛି ।

Get real time updates directly on you device, subscribe now.