fbpx

ବିଦେଶରୁ ଭାରତକୁ ମିଳିଛି ସବୁଠାରୁ ଅଧିକ ମନିଅର୍ଡର: ଡବ୍ଲୁଏଚଓ ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ବ୍ୟାଙ୍କିଂର ଯୁଗ ହୋଇଥିବା ବେଳେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଟଙ୍କା ଟ୍ରାନ୍ସଫର କରଯାଉଛି । କିନ୍ତୁ ଏଭଳି ସମୟରେ ବି ଭାରତରେ ମନି ଅର୍ଡର ଦ୍ୱାରା ଟଙ୍କା ପଠାଇବାର ଯୁଗ ଜାରି ରହିଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତକୁ ୨୦୨୧ ମସିହାରେ ବିଦେଶରୁ ମନି ଅର୍ଡର ଭାବରେ ୮୭ ବିଲିୟନ ଡଲାର ମିଳିଛି ଏବଂ ଏହି ପ୍ରସଙ୍ଗରେ ଭାରତ ଶୀର୍ଷରେ ରହିଛି ।

ଶରଣାର୍ଥୀ ଏବଂ ପ୍ରବାସୀମାନଙ୍କ ଉପରେ ଡବ୍ଲୁଏଚଓର ପ୍ରଥମ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ଆଜି ଦୁନିଆର ପ୍ରତି ଆଠ ଜଣଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ପ୍ରାୟ ଏକ ବିଲିୟନ ପ୍ରବାସୀ ମନି ଅର୍ଡର କରୁଛନ୍ତି । ଏଥିରେ କୁହାଯାଇଛି ଯେ ଡଲାର ଆକାରରେ ବିଦେଶରୁ ମନି ଅର୍ଡର ପାଇବାରେ ଶ୍ରେଷ୍ଠ ପାଞ୍ଚଟି ଦେଶ ହେଉଛି ଭାରତ, ଚୀନ୍, ମେକ୍ସିକୋ, ଫିଲିପାଇନ୍ସ ଏବଂ ଇଜିପ୍ଟ ।

ସୂତ୍ରରୁ ପ୍ରକାଶ ଯେ, ମନି ଅର୍ଡରର ସବୁଠାରୁ ବଡ଼ ଉତ୍ସ ହେଉଛି ଆମେରିକା । ଏହା ପରେ ସଂଯୁକ୍ତ ଆରବ ଏମିରେଟ୍ସ, ସାଉଦି ଆରବ ଏବଂ ସ୍ୱିଜରଲ୍ୟାଣ୍ଡ । ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ମଧ୍ୟ ମନି ଅର୍ଡର ଭଲ ହେବ ବୋଲି ଆଶା କରାଯାଉଛି, କିନ୍ତୁ କୋଭିଡ ସଙ୍କଟ ଯୋଗୁଁ ଚ୍ୟାଲେଞ୍ଜ ମଧ୍ୟ ରହିଛି ।

Get real time updates directly on you device, subscribe now.