fbpx
BSKY
BJD YOUTH SKY
BJD MS SKY

WhatsApp Down: ଭାରତ, ଆମେରିକା, ବ୍ରିଟେନ, ବ୍ରାଜିଲ ସମେତ ବିଶ୍ୱର କୋଟି କୋଟି ୟୁଜର୍ସ ପ୍ରଭାବିତ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ସମୟରେ ହ୍ୱାଟସଆପ ସମସ୍ତଙ୍କର ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି । ଏପରି ସ୍ଥିତିରେ ହ୍ୱାଟସଆପ ଅଚାନକ ଡାଉନ୍ ହେବା ଫଳରେ ତା’ର କୋଟି କୋଟି ୟୁଜର୍ସ ପ୍ରଭାବିତ ହୋଇଛନ୍ତି । ଭାରତ, ଆମେରିକା, ବ୍ରିଟେନ, ବ୍ରାଜିଲ ସମେତ ବିଶ୍ୱର କୋଟି କୋଟି ୟୁଜର୍ସ ଏହାଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ତେବେ ଭାରତର ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରି ପ୍ରମୁଖ ସହରଗୁଡ଼ିକରେ ହ୍ୱାଟସଆପ ଡାଉନ୍ ହୋଇଥିବା ନେଇ ଅଧିକାଂଶ ଅଭିଯୋଗ ଆସିଛି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ହ୍ୱାଟସଆପ ପାଖାପାଖି ଅଧଘଣ୍ଟା ଧରି ଡାଉନ୍ ହୋଇଥିଲା । ଏହାପରେ କମ୍ପାନୀ ପକ୍ଷରୁ ଟ୍ୱିଟ କରାଯାଇଥିଲା, ଆଣ୍ଡ ୱି ଆର ବ୍ୟାକ, ହ୍ୟାପି ଚାଟିଂ ।’ ରାତି ପାଖାପାଖି ୨.୧୪ ସମୟରେ କମ୍ପାନୀ ପକ୍ଷରୁ ଟ୍ୱିଟରେ ଏନେଇ ସୂଚନା ଦିଆଯାଇଥିଲା । ହ୍ୱାଟସଆପ ଡାଉନ୍ ହେବା ଫଳରେ ଲୋକଙ୍କର ସମସ୍ୟା ବହୁମାତ୍ରାରେ ବଢ଼ିଯାଇଥିଲା । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ।

ହ୍ୱାଟସଆପରେ ଫଟୋ ଓ ଭିଡିଓ କଥା ଛାଡ଼ନ୍ତୁ ମେସେଜ୍ ମଧ୍ୟ ପଠାଇ ହେଉନଥିବା ଜଣେ ୟୁଜର ସୂଚନା ଦେଇଥିଲେ । ଭାରତରେ ହ୍ୱାଟସଆପ ବନ୍ଦ ହେବା ଫଳରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସହରର ଅଧିକାଂଶ ୟୁଜର୍ସ ପ୍ରଭାବିତ ହୋଇଥିବା ଅଭିଯୋଗ ଆସିଥିଲା । ସେହିପରି ଭାରତ ବ୍ୟତୀତ, ଆମେରିକ, ବ୍ରିଟେନ ଓ ବ୍ରାଜିଲରେ ମଧ୍ୟ ୟୁଜର୍ସ ହ୍ୱାଟସଆପରେ ଅନୁରୂପ ସମସ୍ୟାର ସାମ୍ନା କରିଥିଲେ । ଆମେରିକାରେ ୨୬ ହଜାରରୁ ଅଧିକ ଆଉଟେଜ ମେସେଜ୍ ରିପୋର୍ଟ ହୋଇଥିବା ଜଣାପଡ଼ିଥିଲା । ତେବେ ପରବର୍ତ୍ତୀ ସମୟରେ ମେଟା ପକ୍ଷରୁ ତ୍ୱରିତ ଭାବେ ଏହି ସମସ୍ୟାର ସମାଧାନ କରାଯାଇଥିଲା ।

Get real time updates directly on you device, subscribe now.