fbpx

ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ, ଟିମ୍ ଇଣ୍ଡିଆ ପାଇଁ ଶେଷ ସୁଯୋଗ

ଆବୁଧାବି : ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ। ଉଭୟ ଟିମ୍ ବିଜୟ ଲକ୍ଷ୍ୟରେ ଅପରାହ୍ନ ୭ଟା ୩୦ରେ ମଇଦାନକୁ ଓହ୍ଳାଇବେ। ସେମି ଫାଇନାଲ୍‌ ଆଶା ବଞ୍ଚାଇ ରଖିବାକୁ ହେଲେ ଭାରତ ପାଇଁ ଶେଷ ସୁଯୋଗ ରହିଛି । ଆଫଗାନିସ୍ତାନ ବଡ ବ୍ୟବଧାନରେ ହରାଇବାକୁ ପଡିବ ନଚେତ୍ ଘରକୁ ଫେରିବା ନିଶ୍ଚିତ । ଅନ୍ୟପଟେ ଆଫଗାନିସ୍ତାନ ପାଇଁ ଏହି ମ୍ୟାଚ୍ ବେସ୍ ଗୁରୁତପୂର୍ଣ୍ଣ ଅଟେ। ବିଜୟ ଧାରାକୁ ଫେରିବା ପାଇଁ ଭାରତକୁ କଡା ଟକ୍କର ଦେବ ଟିମ୍।

ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସୁରପ ୧୨ ପର୍ଯ୍ୟାୟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ବିରାଟ ବାହିନୀ ପାଇଁ ମହଙ୍ଗା ପଡିଛି।। ଆଜିର ମ୍ୟାଚ୍ ଟିମ୍ ଇଣ୍ଡିଆକୁ ପୁଣି ଥରେ କଠିନ ପରିଶ୍ରମ କରିବାକୁ ପଡ଼ିବ । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗକୁ ସୁଦୃଢ଼ କରି ନୂଆ ରଣନୀତି ଲଢ଼େଇ କରିବାକୁ ପଡିବେ। ସେମି ଫାଇନାଲ୍‌ ପାଇଁ ଆଶା ଉଜ୍ଜୀବତ କରିବା ପାଇଁ ବଡ ବ୍ୟବଦଧାନ ବିଜୟ ଲକ୍ଷ୍ୟ ଆଫଗାନିସ୍ତାନ ସହ ଲଢ଼େଇ କରିବାକୁ ପଡିବ।

ଆଫଗାନିସ୍ତାନର ବୋଲିଂ ବିଭାଗ ଉନ୍ନତ ଓ ସନ୍ତୁଳିତ ରହିଛି । ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓମୁଜିବ ଉର ରେହମାନ ଯେକୌଣସି ଦଳପାଇଁ ବିପଦ ସାବ୍ୟସ୍ତ ହେବେ ।

ବିଶ୍ୱକପ୍‌ରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ୨ଥର ଭେଟିଛନ୍ତି । ଉଭୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ୨୦୧୦ ବିଶ୍ୱକପ୍‌ରେ ଭାରତ ୭ ୱିକେଟ୍‌ରେ ଆଫଗାନିସ୍ତାନକୁ ହରାଇଥିଲା । ସେହିପରି ୨୦୧୨ରେ ୨୩ ରନ୍‌ରେ ଭାରତ ବିଜୟୀ ହୋଇଥିଲା ।

ଆଜିର ମ୍ୟାଚ୍‌ରେ ଭାରତର ଦଳ ଏକାଦଶ ମଧ୍ୟରେ ରୋହିତ ଶର୍ମା, ଇଶାନ କିଷନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସାମି/ରବି ଚନ୍ଦ୍ରନ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ରହିଛନ୍ତି । ସେହିଭଳି ଆଫଗାନିସ୍ତାନ ଟିମ୍ ଏକାଦଶ ମଧ୍ୟ ହଜରତୁଲ୍ଲା ଜାଜାଇ, ମହମ୍ମଦ ସାହଜାଦ, ରହମତୁଲ୍ଲା ଗୁରବାଜ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଗୁଲବଦିନ ନାଏବ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ-ହକ, ହମିଦ ହାସାନ ରହିଛନ୍ତି।

Get real time updates directly on you device, subscribe now.