ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ଆଜି ହେଉଛି ଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ବର୍ତ୍ତମାନ ଭାରତୀୟ ଦଳ ସିରିଜରେ ୨-୧ରେ ଆଗରେ ରହିଛି। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ଆସିଛି। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ସୁଯୋଗ ଦିଆଯାଇଥିଲା। ତେବେ ଆଜିର ଖେଳ ଉପରେ ସମସ୍ତଙ୍କ ନଜର।
ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ଭାରତୀୟ ଦଳ ପାଇଁ ଏକଦମ ପ୍ରସ୍ତୁତ ଅଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିବାକୁ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଦଳ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ତେବେ ଆଜିର ମ୍ୟାଚ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ରହିବେ । ତାଙ୍କର ଉପସ୍ଥିତି ଭାରତୀୟ ଖେଳାଳିଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଇବ।
ଭାରତୀୟ ଦଳ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଖେଳ ପାଇଁ ଟିମ :ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ୍ ଭରତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଏବଂ ଉମେଶ ଯାଦବ ଟିମ ରେ ସାମିଲ ରହିଛନ୍ତି ।
ଅଷ୍ଟ୍ରେଲିଆ ଦଳ: ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମାର୍ନୁସ ଲବୁସେନ , ଷ୍ଟିଭ ସ୍ମିଥ (କ୍ୟାପଟେନ), ପିଟର ହ୍ୟାଣ୍ଡସକମ୍ବ, କ୍ୟାମେରନ୍ ଗ୍ରୀନ୍, ଆଲେକ୍ସ କେରି (ୱିକେଟ୍ କିପର), ମିଚେଲ ଷ୍ଟାର୍କ, ଟଡ ମର୍ଫି, ମାଥ୍ୟୁ କୁହମେନ ଏବଂ ନାଥାନ ଲାୟନ ଟିମରେ ସାମିଲ ଅଛନ୍ତି ।