fbpx

(Video) ବର୍ଷାରେ ଧୋଇଗଲା ଭାରତର ପ୍ରଥମ ୱାର୍ମଅପ ମ୍ୟାଚ୍ ; ଜାଣନ୍ତୁ ଦ୍ୱିତୀୟ ଅଭ୍ୟାସ ମ୍ୟାଚ କେବେ ଖେଳାଯିବ

ଓଡିଶା ଭାସ୍କର: ଗୌହାଟୀରେ ଭାରତ ଓ ଇଂଲଣ୍ତ ମଧ୍ୟରେ ହେବାକୁ ଥିବା ୱାର୍ମଅପ ମ୍ୟାଚରେ ବାଧକ ସାଜିଲା ବର୍ଷା । ଶେଷରେ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରାଯିବା ନିଷ୍ପତି ନିଆଯାଇଛି । ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ରେ ଭାରତ ଟସ ଜିତିଥିଲେ ବି ଆଜି ଖେଳିବାକୁ ସୁଯୋଗ ମିଳିପାରିଲାନାହିଁ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷା ହେବା କାରଣରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଆରମ୍ଭ ହୋଇପାରି ନ ଥିଲା। ଏପରିକି ଅପରାହ୍ନ ୬ଟା ଯାଏ ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଭାରତ ଅକ୍ଟୋବର ୩ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ ଖେଳିବ ବୋଲି ସୂଚନା ଦିଆଯାଇଛି।

ଏଠାରେ କହି ରଖୁଛୁ ଯେ, ବିଶ୍ୱକପ ପୂର୍ବରୁ ସମସ୍ତ ୧୦ଟି ଦଳ ୨-୨ ୱାର୍ମଅପ ମ୍ୟାଚ ଖେଳିବେ। ୨୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ୱାର୍ମଅପ ମ୍ୟାଚ ୩ ଅକ୍ଟୋବର ପର୍ୟ୍ୟନ୍ତ ଖେଳାଯିବ। ପ୍ରଥମ ଏବଂ ଶେଷ ଦିନରେ ୩-୩ ମ୍ୟାଚ ହେବ, ଅବଶିଷ୍ଟ ଦୁଇ ଦିନରେ ୨-୨ ମ୍ୟାଚ ଖେଳାଯିବ।

Get real time updates directly on you device, subscribe now.