ଇଣ୍ଡିଆ vs ଇଂଲଣ୍ଡ ଟେଷ୍ଟ ମ୍ୟାଚ୍, ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ
ଟସ୍ ଜିତି ଫିଲ୍ଡିଂ କରିବାକୁ ଇଂଲଣ୍ଡର ନିଷ୍ପତ୍ତି।
ନୂଆଦିଲ୍ଲୀ: ହେଡିଙ୍ଗଲିରେ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ। ଟସ୍ ଜିତିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ଟିମ୍ ଇଂଲଣ୍ଡର ନିଷ୍ପତ୍ତି।
ସେପଟେ ଟେଷ୍ଟ ଡେବ୍ୟୁ କଲେ ସାଇ ସୁଦର୍ଶନ। ସାଇ ସୁଦର୍ଶନ ୩ ନଂ ରେ ବ୍ୟାଟିଂ କରିବେ ବୋଲି ଜଣାପଡିଛି। ଏହାସହ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କରୁଣ ନାୟର। ଦୀର୍ଘ ୮ ବର୍ଷ ପରେ ଟେଷ୍ଟକୁ ଫେରିଛନ୍ତି କରୁଣ ନାୟର।
ଆଶା କରାଯାଉଛି ଏହି ମ୍ୟାଚ୍ ଅତ୍ୟନ୍ତ ରୋଚକ ହେବ। କାରଣ ଏଥର ଇଣ୍ଡିଆ ଟିମରେ ଅଧିକାଂଶ ନୂଆ ପିଲାଙ୍କୁ ସୁଯୋଗ ଦିଆଯାଇଛି। ଆଉ ଦଳର କ୍ୟାପଟେନ୍ ଭାର ସମ୍ଭାଳିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍।
ଯେହେତୁ ଏହି ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଦିଗଜ କ୍ରିକେଟର ନାହାନ୍ତି। ତେଣୁ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ହେଲେ ସମସ୍ତଙ୍କ ଆଶା ଟିମ୍ ଇଣ୍ଡିଆ ଏହି ଟେଷ୍ଟରେ ବିଜୟୀ ହେବ।