Ind Vs Pak Live : ହିରୋ ସାଜିଲେ କୁଲଦୀପ ଗୋଟିଏ ଓଭରରେ ଖାଇଗଲେ ୩ୱିକେଟ୍ , ପାକିସ୍ତାନ ଚିତପଟାଙ୍ଗ …

ଦୁବାଇ: ପାକିସ୍ତାନକୁ ଆଉ ଏକ ଝଟକା। ବରୁଣ ଚକ୍ରବର୍ତ୍ତୀ ଏକ ବଡ଼ ସଫଳତା ଆଣିଲେ। ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂରେ ଛକା ମାରି ଫଖର ଜମାନ ତାଙ୍କର ୱିକେଟ୍ ଦେଇଥିଲେ। ୪୬ ରନ୍ କରି ଆଉଟ୍ ହୋଇଥିଲେ।ଏହ ପରେ ଭାରତ ପାଇଁ ଆଉ ଏକ ୱିକେଟ ଖସେଇଲା । ହୁସେନ୍ ତଲାତ ଆଉଟ୍ ହେଲେ । ଅକ୍ଷର ପଟେଲଙ୍କ ବଲରୁ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରୁଥିବା ସମୟରେ ତଲାତ ତାଙ୍କର ୱିକେଟ୍ ହରାଇଛନ୍ତି।

ଏହାପରେ ସଭିଙ୍କ ନଜରରେ ହିରୋ ସାଜିଲେ କୁଲଦୀପ । କୁଲଦୀପ ଯାଦବ ଚମତ୍କାର ବୋଲିଂ କରି ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କୁ ଆଉଟ୍ କରିଥିଲେ। ସଞ୍ଜୁ ସାମସନ ଏକ ଚମତ୍କାର କ୍ୟାଚ୍ ନେଇଥିଲେ, ଯାହା ଦ୍ୱାରା ସେ ୮ ରନ କରିଥିଲେ।ଏହାପରେ କୁଲଦୀପ ଯାଦବଙ୍କ ପାଇଁ ଆଉ ଏକ ସଫଳତା। ଶାହିନ ଆଫ୍ରିଦି ତାଙ୍କ ଖାତା ଖୋଲିପାରିଲେ ନାହିଁ।

ସେ ଗୋଟିଏ ଓଭରରେ ୩ ଟି ୱିକେଟ୍ ନେଇଥିଲେ। ଚମତ୍କାର ବୋଲିଂ, ଭାରତ ଦ୍ୱାରା ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନକୁ ଦର୍ଶାଉଛି ।କୁଲଦୀପ ଯାଦବଙ୍କ ଯାଦୁ ପରେ ଭାରତ ପ୍ରେମୀଙ୍କ ମନ ଟିକେ ଖୁସି ହେଇଛି । ସେ ଗୋଟିଏ ଓଭରରେ ତିନୋଟି ୱିକେଟ ନେଇଥିଲେ। ପାକିସ୍ତାନ ୮ୱିକେଟ ହରାଇ ୧୩୪ ରନ କରିଥିଲା। ପ୍ରଥମ ବଲ୍ ରେ ସଲମାନ ଆଗା, ଚତୁର୍ଥ ବଲ୍ ରେ ଶାହିନ ଆଫ୍ରିଦି ଏବଂ ଶେଷ ବଲ୍ ରେ ଫହିମ ଆଶ୍ରଫ ଆଉଟ୍ ହୋଇଥିଲେ।ଏହାପରେ ଭାରତ ବ୍ୟାଟିଂ କରିବ ।

ସମସ୍ତେ ଆଜିର ଏହି ମ୍ୟାଚ ଉପରେ ନଜର ଲଗେଇ ବସିଛନ୍ତି । ଦୀର୍ଘ ୪୧ବର୍ଷର ଅପେକ୍ଷା ଆଜି ପୂରଣ ହେବ ।