fbpx

ଆଜି ଦ୍ୱିତୀୟ ଦିନିକିଆ ମୁକାବିଲା: ସିରିଜ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଦିନିକିଆ। ଗ୍ୱେବେରାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍‌ ଜିତି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ‌ଏହି ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବାର ଲକ୍ଷ୍ୟ ରଖିଛି। ତେବେ ଚଳିତ ସିରିଜରେ ଭାରତର ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପଦର୍ଶନ ଜାରି ରହିଛି। ସୂର୍ୟ୍ୟକୁମାର ଯାଦବଙ୍କ ପରେ ଏବେ କେଏଲ୍‌ ରାହୁଲ ଦଳର ଅଧିନାୟକ ଭାର ସମ୍ଭାଳିଛନ୍ତି। ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ଆୱେସ ଖାନଙ୍କ ଚମତ୍କାର ବୋଲିଂ ବଳରେ ଭାରତ ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି ଆକଳନ ଅନୁଯାୟୀ ଆଜି ବି ଭାରତର ପଦର୍ଶନ ବହୁତ ଭଲ ରହିବ ବୋଲି ଆକଳନ କରାଯାଉଛି।

ଭାରତର ଏକାଦଶ ସମ୍ଭାବ୍ୟ ତାଲିକାରେ ଋତୁରାଜ ଗାଏକ୍ଵାଡ, ସାଇ ସୁଦର୍ଶନ, ତିଳକ ବର୍ମା, କେଏଲ୍‌ ରାହୁଲ (ଅଧିନାୟକ), ରଜତ ପଟିଦାର/ରିଙ୍କୁ ସିଂହ, ସଂଜୁ ସାମସନ, ଅକ୍ଷର ପଟେଲ, ମୁକେଶ କୁମାର, କୁଲଦୀପ ଯାଦବ, ଆୱେସ ଖାନ, ଅର୍ଶଦୀପ ସିଂହ ପ୍ରମୁଖ ରହିଛନ୍ତି।

ସେହିପରି ଦକ୍ଷିଣ ଆଫ୍ରିକାର ଏକାଦଶ ସମ୍ଭାବ୍ୟ ତାଲିକାରେ ରିଜା ହେଣ୍ଡ୍ରିକ୍ସେ, ଟନି ଡି’ଜୋର୍ଜି, ରାଶି ଭାନ୍‌ ଡର ଡୁସେନ, ଐଦେନ ମାର୍କରାମ (ଅଧିନାୟକ), ହେନରିକ୍‌ କ୍ଲାସେଁ, ଡେଭିଡ ମିଲର, ଆନ୍ଦିଲେ ଫେଲୁକ୍ଵାୟୋ, କେଶବ ମହାରାଜ, ନନ୍ଦ୍ରେ ବର୍ଗର, ୱିଆନ୍‌ ମୁଲଡର, ତାବ୍ରେଜ ସାମ୍‌ସି ପ୍ରମୁଖ ରହିଛନ୍ତି।

Get real time updates directly on you device, subscribe now.