fbpx

Ind Vs Sa 2nd ODI: ଆଜି ହାରିଲେ ଭାରତୀୟ ଦଳ ନାଁରେ ହେବ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ସିରିଜର ଦ୍ଵିତୀୟ ମୁକାବିଲା ଖେଳାଯାଉଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆା ଶୃଙ୍ଖଳାରେ ଭାରତ ୦-୧ରେ ପଛୁଆ ରହିଛି। ମାତ୍ର ରାଞ୍ଚିରେ ଆଜି ଖେଳାଯାଉଥିବା ଦ୍ଵିତୀୟ ଦିନିକିଆରେ ଯଦି ଭାରତ ପରାଜୟ ହୁଏ ତେବେ ଦଳ ନାମରେ ଏମିତି ଅଲୋଡା ରେକର୍ଡ ରହିବ, ଯାହା କୌଣସି ଦଳ ଏମିତି କରିବାକୁ ଚାହିଁବେ ନାହିଁ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିରିରେ ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ଭାରତୀୟ ଦଳ ଦିନିକିଆ ସିରିଜ୍ ଖେଳୁଛି।
ଯଦି ଭାରତୀୟ ଦଳ ରାଞ୍ଚିରେ ଖେଳାଯାଉଥିବା ମୁକାବିଲା ହାରିଯାଏ, ତେବେ ଦଳର ଏହା ହେବ ଐତିହାସିକ ପରାଜୟ। ଭାରତ ଏ ପର‌୍ୟ୍ୟନ୍ତ ମୋଟ୍ ୧୦୧୨ଟି ଦିନିକିଆ ମ୍ୟାଚ୍ ଖେଳିଛି। ଏହା କୌଣସି ଦଳ ଦ୍ଵାରା ଖେଳାଯାଇଥିବା ସର୍ବାଧିକ ଦିନିକିଆ ମ୍ୟାଚ୍। ଏଥିରୁ ଦଳ ୫୨୯ଟି ଜିତିଥିବା ବେଳେ ୪୩୩ ମୁକାବିଲାରେ ପରାଜିତ ହୋଇଛି। ୯ଟି ମ୍ୟାଚ୍ ଟାଇ ରହିଛି ଏବଂ ୪୧ଟି ମ୍ୟାଚର କୌଣସି ଫଳାଫଳ ବାହାରି ପାରିନି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ମୁକାବିଲା ହାରିେଲ ଭାରତ ଶ୍ରୀଲଙ୍କା ସହ ଯୁଗ୍ମ ଭାବେ ଦିନିକିଆ କ୍ରିକେଟରେ ସର୍ବାଧିକ ପରାଜୟ ଭୋଗିଥିବା ଦଳ ପାଲଟିବ।

ସବୁଠୁ ଅଧିକ ଦିନିକିଆ ହାରିଥିବା ଦଳ
ଶ୍ରୀଲଙ୍କା- ୪୩୪
ଭାରତ- ୪୩୩
ଓ୍ଵେଷ୍ଟଇଣ୍ଡିଜ- ୪୦୨
ସର୍ବାଧିକ ଦିନିକିଆ ଜିତିଥିବା ଦଳ
ଅଷ୍ଟ୍ରେଲିଆ-୫୮୯
ଭାରତ- ୫୨୯
ପାକିସ୍ତାନ- ୪୯୮

ବର୍ଷାରେ ଧୋଇପାରେ ରାଞ୍ଚି ଦିନିକିଆ ?
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ବର୍ଷାରେ ପ୍ରଭାବିତ ହୋଇଥିଲା। ଦ୍ଵିତୀୟ ଦିନିକିଆରେ ବି ବର୍ଷା ହୋଇପାରେ। ରାଞ୍ଚିରେ ରବିବାର ପ୍ରାୟ ୨୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଭାରତରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଏମିତିରେ ରାଞ୍ଚିରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Get real time updates directly on you device, subscribe now.