fbpx

ବାରମ୍ବାର ଶୋଷ ଲାଗୁଛି କି ହୋଇ ଯାଆନ୍ତୁ ସାବଧାନ: ଦେଇଥାଏ ଏହି ରୋଗର ସଂକେତ…

ପାଣି ପାଇବା ସ୍ୱାସ୍ଥ୍ୟପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଅମା ଶରୀରର ଏକ ବୃହତ୍ ଅଶଂ ତରଳ ପଦାର୍ଥ ଦ୍ୱାରା ଗଠିତ ହୋଇଥାଏ । ତେବେ ଖାସ କରି ଖରାଦିନରେ ଅଧିକ ପାଣି ପାଇବା ଆବଶ୍ୟକ । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତି ଘଣ୍ଟାରେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇଥାନ୍ତି । ଯାହାକି ଆମ ଶରୀର ପାଇଁ ଭଲ ସଂକେତ ଦେଇ ନଥାଏ । ଯଦି ଆପଣଙ୍କ ନିକଟରେ ଏପରି ସମସ୍ୟା ଦେଖାଦେଉଛି , କିମ୍ବା ଆପଣ ପ୍ରତି ଘଣ୍ଟାରେ ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ୍ ଏହା ବିପଦର ସଂକେତ ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଅଧିକ ପାଣି ପିଉଥିବା କେଉଁ ରୋଗର ସଂକେତ ଦେଇଥାଏ ।

ଅଧିକ ପାଣି ପିଇବା ଏହି ରୋଗର ସଂକେତ ଦେଇଥାଏ :

ଯେଉଁ ବ୍ୟକ୍ତିମାନଙ୍କୁ ପ୍ରତି ଘଣ୍ଟାରେ ଶୋଷ ଲାଗିଥାଏ ଏବଂ ସେମାନେ ଆବଶ୍ୟକତା ଠାରୁ ପାଣି ପିଅନ୍ତି ସେମାନେ ଅକ୍ସଟ୍ରିମ ଥର୍ଷ୍ଟ ର ଶିକାର ହୋଇଥାଆନ୍ତି । ତେବେ ଏହାକୁ ମେଡିକାଲ ସାଇନ୍ସରେ ପୋଲିଡିସ୍ପିଆ କୁହାଯାଇଥାଏ । ଯଦି ଆପଣଙ୍କ ଏହି ସମସ୍ୟା ଅଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏତତ୍ ବ୍ୟତୀତ ଅଧିକ ପାଣି ପିଇବା ଅନ୍ୟ ଗୁରୁତର ରୋଗର ଲକ୍ଷଣ ମଧ୍ୟ ହୋଇପାରେ । ତେବେ ଅଧିକ ପାଣି ପିଇବା ଏହି ରୋଗର ଲକ୍ଷଣ ହୋଇଥାଏ ।ସ

ମଧୁମେହ: ଯଦି ଆପଣଙ୍କୁ ବାରମ୍ବାର ଶୋଷ ଲାଗୁଛି ଏବଂ ଆପଣ ଆବଶ୍ୟକତାଠାରୁ ଅଧିକ ପାଣି ପିଉଛନ୍ତି ତେବେ ଏହା ମଧୁମେହ ରୋଗର ଲକ୍ଷଣ ହୋଇପାରେ । ଏହା ଏଥିପାଇଁ ହୋଇଥାଏ କାରଣ ମଧୁମେହ ରୋଗରେ ଆମ ଶରୀର ତରଳ ପଦାର୍ଥକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିପାରେ ନାହିଁ । ଯାହାଫଳରେ ବାରମ୍ବାର ଶୋଷ ଲାଗିଥାଏ ।

ପାଟି ଶୁଖିଯିବା: ବେଳେ ବେଳେ ଆମର ପାଟି କିମ୍ବା ତଣ୍ଟି ଶୁଖିଲା ହୋଇଯାଏ , ଯାହାଫଳରେ ଆମେ ପାଣି ପିଇଥାଆନ୍ତି । କିନ୍ତୁ ଯଦି ଆମର ପାଟି ବାରମ୍ବାର ଶୁଖୁଥାଏ ତେବେ ପାଟି ଗ୍ରନ୍ଥିଗୁଡିକ ସଠିକ୍ ଭାବରେ ଲାଳ ତିଆରି କରିବାରେ ସକ୍ଷମ ହୋଇନଥାଏ ବୋଲି ସଂକେତ ଦେଇଥାଏ । ଯହାଫଳରେ ପାଟିରେ ସଂକ୍ରମଣ ଏବଂ ପାଟିର ଦୁର୍ଗନ୍ଧ ପରିୁ ସମସ୍ୟା ଦେଖାଦେଇଥାଏ ।

ରକ୍ତହୀନତା: ଆମ ଶରୀରରେ ଲାଲ ରକ୍ତ କଣିକାର ଅଭାବ ଦେଖାଗଲେ ରକ୍ତହୀନତା ହୋଇଥାଏ । ଏହାକୁ ସାଧାରଣ ଭାଷାରେ ରକ୍ତ ଅଭାବ ମଧ୍ୟ କୁହାଯାଏ । ଏପରି ପରିସ୍ଥିତିରେ, ଆମକୁ ବାରମ୍ବାର ଶୋଷ ଲାଗିଥାଏ ଏବଂ ଆମେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇଥାନ୍ତି ।

Get real time updates directly on you device, subscribe now.