fbpx

ପୋଲିସର ଚଢାଉ ସମୟରେ ବ୍ରିଜରୁ ଡେଇଁ ଯୁବକ ମୃତ

ଜଳେଶ୍ଵର: ରାଜ୍ୟରେ ଦିନକୁ ଦିନ ବିଭିନ୍ନ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସତର୍କ ରହିଛି ପୋଲିସ୍ । ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ସମୟରେ ଜଳେଶ୍ଵର ପୋଲିସ ୩ଟି ଗୋରୁ ବୋଝେଇ କଣ୍ଟେନର ସହ ଗୋଟିଏ ପିକ ଅପ ଭ୍ୟାନ୍ ଜବତ କରିଛି । ଏଥିସହିତ ଏହି ମାମଲରେ ୭ ଜଣଙ୍କୁ ଅଟକ ରଖିଛି ଜଳେଶ୍ବର ପୋଲିସ ।

ତେବେ ମିଳିଥିବା ସୂଚନା ଅନୁଯାୟୀ NH ୬୦ ରାଜଘାଟ ନାକା ଟିକଟରେ ଜଳେଶ୍ଵର ପୋଲିସର ଯାଞ୍ଚ ଚାଲିଥିଲା । ଏହି ସମସୟ ମଧ୍ୟରେ ପୋଲିସର ଗୋଟିଏ କଣ୍ଟେନର ଉପରେ ସନ୍ଦେହ ହୋଇଥିଲା । ଫଳରେ ସେ ସେହି କଣ୍ଟେନରକୁ ଅଟକ ରଖିବା ସହିତ ଏକ ପିକଅପ ଭ୍ୟାନକୁ ମଧ୍ୟ ଅଟକ ରଖିଧଥିଲେ ।

ତେବେ ଜବତ ହୋଇଥିବା କଣ୍ଟେନରରୁ ପ୍ରାୟ ୨୫୦ରୁ ଉର୍ଦ୍ଧ ଗୋରୁକୁ ଜଳେଶ୍ୱର ପୋଲିସ ଉଦ୍ଧାର କରିଛି । ଏଥିସହିତ ଏହି ମାମଲାରେ ୭ ଜଣଙ୍କୁ ଅଟକ ରଖିଛି । କିନ୍ତୁ ପୋଲିସ ଯାଞ୍ଚ ବେଳେ ପୋଲିସ ଠାରୁ ବଞ୍ଚିବା ପାଇଁ ସେମାନଙ୍କ ମଧ୍ୟରୁ ଜଣେ ରାଜଘାଟ ପୋଲରୁ ଡେଇଁ ପଡିଛି । ଫଳରେ ତାର ମୃତ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.