fbpx

ଭାରତକୁ ବିଶ୍ୱଗୁରୁ କରାଇବେ ମଧ୍ୟବିତ୍ତ ଶ୍ରେଣୀ: ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ୧୦୦ କୋଟି ଟପିବ, ସାରା ଦୁନିଆର କମ୍ପାନୀ ଭାରତ ମୁହାଁ ହେବେ

ନୂଆଦିଲ୍ଲୀ: ଭାରତରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ମଧ୍ୟବିତ୍ତ ରହିଛନ୍ତି, ଯାହାକି ୨୦୪୭ ପର୍ଯ୍ୟନ୍ତ ୬୦ ପ୍ରତିଶତ ହୋଇଯିବ । ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ିବାରେ ଫଳରେ ଦେଶର ବ୍ୟବହାର ମଧ୍ୟ ଦ୍ରୁତ ଭାବେ ବୃଦ୍ଧି ପାଇବ । ଏହାଦ୍ୱାରା ଦେଶର ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ । ବିଶାଳ ଘରୋଇ ଚାହିଦା ଶକ୍ତି ଆଧାରରେ ଦେଶୀୟ କମ୍ପାନୀମାନେ ବିଶ୍ୱ ବଜାରରେ ନିଜର କ୍ଷମତା ଦେଖାଇବେ ।

୧୯୯୫ରୁ ୨୦୨୧ ମଧ୍ୟରେ ମଧ୍ୟବିତ୍ତଙ୍କର ବୃଦ୍ଧି ବାର୍ଷିକ ୬.୩ ପ୍ରତିଶତ ରହିଥିଲା । ଆଜି ଭାରତର ମୋଟ ଜନସଂଖ୍ୟାର ୩୧ ପ୍ରତିଶତ ମଧ୍ୟବିତ୍ତ ରହିଥିବା ବେଳେ ୨୦୩୧ ସୁଦ୍ଧା ଏହା ୩୮ ପ୍ରତିଶତ ହେବାର ଅନୁମାନ କରାଯାଉଛି । ସେହିପରି ୨୦୪୭ ସୁଦ୍ଧା ଭାରତୀୟ ଜନସଂଖ୍ୟାରେ ମଧ୍ୟବିତ୍ତଙ୍କ ସଂଖ୍ୟା ୬୦ ପ୍ରତିଶତରେ ପହଞ୍ଚିଯିବ । ଭାରତର ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବା ସହ ଦେଶରେ ୧ ଅରବରୁ ଅଧିକ ମଧ୍ୟବିତ୍ତ ଶ୍ରେଣୀର ଲୋକ ରହିବେ । ପ୍ରାଇସ୍ ଆଇନ୍ ୩୬୦ ଡିଗ୍ରୀ ସର୍ଭେରୁ ଏହି ତଥ୍ୟ ମିଳିଛି ।

ଏଫଏମସିଜି ସେକ୍ଟରର ବିଦେଶୀ ବହୁଦେଶୀୟ କମ୍ପାନୀମାନେ ଯେତେବେଳେ ଭାରତ ଆସିବେ ସେତେବେଳେ ଭାରତରେ ଏକ ବୃହତ ମାର୍କେଟ ସୃଷ୍ଟି ହେବ । ବିଦେଶୀ କମ୍ପାନୀମାନେ ନିଜର ଫାଇଦା ପାଇଁ ଏଠାକୁ ଆସିବେ । ଆଗାମୀ ଦିନରେ ମଧ୍ୟବିତ୍ତ ଶ୍ରେଣୀ ଭାରତର ପରଚେଜିଂ ପାୱାରକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବାରେ ସହାୟକ ହେବେ । ଦେଶୀୟ କମ୍ପାନୀମାନେ ଘରୋଇ ଡିମାଣ୍ଡ ଆଧାରରେ ସହଜରେ ଗ୍ଲୋବାଲ କମ୍ପାନୀ ହୋଇଯିବେ । ମଧ୍ୟବିତ୍ତଙ୍କ ସଂଖ୍ୟା ବଢ଼ିବା ସହିତ ଡିସ୍ପୋଜେବଲ ଇନକମ ମଧ୍ୟ ବଢ଼ିବ, ଯାହାକି ଭାରତକୁ ଏକ ବ୍ୟବହାରର ଶକ୍ତିକେନ୍ଦ୍ରରେ ପରିଣତ କରାଇବ । ଭାରତରେ ଏଜୁକେସନ, ଇନୋଭେସନ ଓ ଏଣ୍ଟରପ୍ରାଇଜ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ଦେଶରେ ବେଙ୍ଗାଲୁରୁ, ହାଇଦ୍ରାବାଦ ପରି ୧୨ଟି ସହର ସୃଷ୍ଟି ହେବ । ଏହିସବୁ ବଡ଼ ବଡ଼ ସହରମାନଙ୍କରେ ଭାରତୀୟ ଟେକ୍ନିକାଲ ବିଶେଷଜ୍ଞମାନେ ନିଜର ବ୍ରେନକୁ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ାଇ ଚାଲିଥିବେ ।

Get real time updates directly on you device, subscribe now.