fbpx

ଆସନ୍ତା ୩ ଦିନ ମଧ୍ୟରେ ଦେଶକୁ ଆସିବ ୧୧ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୧.୮୪ କୋଟି ଟିକା ମହଜୁଦ୍ ଥିବା ବେଳେ ଆହୁରି ୧୧ ଲକ୍ଷ ଡୋଜ୍ ଟିକା ଆଗାମୀ ତିନି ଦିନ ମଧ୍ୟରେ ଆସୁଛି । ଏନେଇ କେନ୍ଦ୍ର ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ସେପଟେ ଦେଶରେ ତୃତୀୟ ପର୍ୟ୍ୟାୟ ଟିକାକରଣ ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଭାରତ ୧୩୦ ଦିନରେ ୨୦୦ ମିଲିୟନରୁ ଅଧିକ ଡୋଜ ଟିକା ଦେଇ ଟିକାକରଣରେ ବିଶ୍ବର ଦ୍ବିତୀୟ ସ୍ଥାନ ହାସଲ କରିଛି । ଏହି ୨୦୦ ମିଲିୟନ୍ ରେ ନଷ୍ଟ ହୋଇଥିବା ଟିକାର ଡୋଜ୍ ମଧ୍ୟ ସାମିଲ ରହିଥିବା କହିଛି କେନ୍ଦ୍ର । ତେବେ ଦେଶରେ କରୋନା ମହାମାରୀ ଯୋଗୁଁ ହନ୍ତସନ୍ତ ହେଉଥିବା ବେଳେ ମାଗଣାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଟିକା ନେବାର ବ୍ୟବସ୍ଥା କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ୧ ରୁ ଆରମ୍ଭ ହୋଇଥିବା ବେଳେ ଳକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଟିକା ନେଉଛନ୍ତି ।

Get real time updates directly on you device, subscribe now.