fbpx
BJD
BJD SKY
BJD SKY

No Tension… ପ୍ରଥମ ଟେଷ୍ଟରେ ଭାରତ ଜିତିବା ସୁନିଶ୍ଚିତ: ଇଂଲଣ୍ଡକୁ ମାତ୍ ଦେବ ରୋହିତ ସେନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ଆରମ୍ଭ ପରେ ମଧ୍ୟ ଏବେ ସଂକଟରେ ପଡ଼ଇଛି ଟିମ ଇଣ୍ଡିଆ । ଓଲି ପୋପଙ୍କ ଶତକୀୟ ପାଳି ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । ପ୍ରଥମ ମ୍ୟାଚର ତୃତୀୟ ଦିନରେ ଇଂଲଣ୍ଡ ବର୍ତ୍ତମାନ ୧୨୬ ରନ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୬ ୱିକେଟ ବିନିମୟରେ ୩୧୬ ରନ୍ ସଂଗ୍ରହ କରିଛି । ତେବେ ମ୍ୟାଚକୁ ଆହୁରି ୨ ଦିନ ବାକି ଥିଲେ ମଧ୍ୟ ଭାରତ ଉପରେ ପରାଜୟର ସଂକଟ ଦେଖାଦେଇଛି । କିନ୍ତୁ ଏହାପରେ ମଧ୍ୟ ଭାରତକୁ ବିଜୟୀ ହେବାର ଖୁବ ସମ୍ଭାବନା ରହିଛି । ହାଇଦ୍ରାବାଦ ପିଚକୁ ନେଇ କ୍ରିକେଟ ବିଶେଷଜ୍ଞ ଦେଇଛନ୍ତି କିଛି ଏଭଳି ମତ ।

ସାଧାରଣତଃ ଭାରତର ଅଧିକାଂଶ ଷ୍ଟାଡିୟମ ପିଚରେ ବଲ ଅଧିକ ସ୍ପିନ୍ ହୋଇଥାଏ । କିନ୍ତୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ କିଛି ଅଲଗା ରଙ୍ଗ ଦେଖିବାକୁ ମିଳିଛି । ଏହି ମ୍ୟାଚର ପ୍ରଥମ ଦିନର ପ୍ରଥମେ ସେଶନରେ ବଲ ଖୁବ ଅଧିକ ଟର୍ଣ୍ଣ ହେଉଥିବା ଦେଖିବାକୁ ମିଳିଥିଲା । ଯାହାର ଖୁବ ଫାଇଦା ଉଠାଇଥିଲେ ଭାରତୀୟ ସ୍ପିନର ବୋଲର । କିନ୍ତୁ ଧିରେ ଧିରେ ଏହା ବ୍ୟାଟିଂ ଉପଯୋଗୀ ହେବାରୁ ଭାରତୀୟ ବ୍ୟାଟର ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଜୋ ରୁଟଙ୍କ ସହ ଇଂଲଣ୍ଡ ପାଖରେ ୪ ଜଣ ସ୍ପିନ ବୋଲର ଥିବା ବେଳେ ଭାରତ ପ୍ରଥମ ଇନିଂସରେ ୪୩୬ ରନ୍ କରିଥିଲା । ତେବେ ତୃତୀୟ ଦିନରେ ବଲ ପିଚରେ ଏକଦମ୍ ସିଧା ରହିଥିଲା ଏବଂ ବଲ ଖୁବ କମ୍ ସ୍ପିନ ହେଉଥିବା ଦେଖାଯାଇଛି । ତେଣୁ ଭାରତୀୟ ବୋଲର ଇଂଲଣ୍ଡର ବ୍ୟାଟରଙ୍କୁ ବାନ୍ଧି ପାରି ନଥିଲେ । ତୃତୀୟ ଦିନରେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ମଧ୍ୟ ଭଲ ବ୍ୟାଟିଂ ଜାରି ରଖିଛି ।

ତେଣୁ ଚତୁର୍ଥ ଦିନ ମଧ୍ୟ ପିଚ ଏଭଳି ସ୍ଥିତିରେ ରହେ, ବ୍ୟାଟିଂ ଆହୁରି ସହଜ ହେବ ବୋଲି ଆଶା କରାଯାଉଛି । ଇଂଲଣ୍ଡ ଦେଇଥିବା ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିବାରେ ଭାରତ ସଫଳ ହୋଇପାରିବ ବୋଲି ଆଶା କରାଯାଉଛି । ତେବେ ଭାରତ ହାତରେ ବର୍ତ୍ତମାନ ୨ ଦିନ ଥିବା ବେଳେ ଇଂଲଣ୍ଡକୁ ଅଲ ଆଉଟ କରି ଦମଦାର ବିଜୟ ହାସଲ କରିବାର ସୁଯୋଗ ମଧ୍ୟ ରହିଛି । ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ ଅଶ୍ୱୀନ ଏବଂ ଜଶପ୍ରୀତ ବୁମରାହ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଜାଡେଜା ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.