fbpx
BSKY
BJD YOUTH SKY
BJD MS SKY

ପୁରୁଷ T64 ଲଙ୍ଗ ଜମ୍ପରେ ୨୬ତମ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ପଞ୍ଚମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଓ ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୨ରେ ପହଞ୍ଚିବା ସହିତ ସେଥିରେ ୧୮ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଏହା ମଧ୍ୟରେ ପଞ୍ଚମ ଦିନରେ ଭାରତ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ଟି୬୪ ଲଙ୍ଗ ଜମ୍ପରେ ସୋଲାଇରାଜ ଧର୍ମରାଜ ଦେଶ ପାଇଁ ଏହି ସଫଳତା ହାସଲ କରିଛନ୍ତି । ଧର୍ମରାଜ ୬.୮୪ ଟି୬୪ ବର୍ଗରେ ଲଙ୍ଗ ଜମ୍ପ କରି ଆଜି ଦିନର ୮ମ ସ୍ୱର୍ଣ୍ଣ ଜିତିଥିଲେ ।

ଏହା ପୂର୍ବରୁ ଆଜି ଭାରତ ପ୍ରଥମେ ପୁରୁଷ ଏଫ୬୪ ଡିସକସ୍ ଥ୍ରୋ’ରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପୋଛି ନେଇଥିଲା । ଦେବେନ୍ଦର କୁମାର ସ୍ୱର୍ଣ୍ଣ, ପ୍ରଦୀପ କୁମାର ରୌପ୍ୟ ଓ ସୌରଭ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ ଟି୩୮ ୧୫୦୦ ଇଭେଣ୍ଟରେ ରମଣ ଶର୍ମା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ଇଣ୍ଡିଭିଜୁଆଲ କମ୍ପାଉଣ୍ଡ ଆର୍ଚେରୀରେ ଶୀତଲ ଦେବୀ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଦେଶ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ସିଙ୍ଗଲ୍ସ ଏସୟୁ୫ ବ୍ୟାଡମିଣ୍ଟନରେ ଭାରତର ଥୁଲାସିମାଥି ସୁନ୍ଦରେସାନ ପ୍ରତିପକ୍ଷ ଚୀନର ୟାଙ୍ଗ କିୟୁଜିଆଙ୍କୁ ସିଧାସଳଖ ଭାବେ ୨୧-୧୯, ୨୧-୧୯ ସେଟରେ ପରାସ୍ତ କରି ୫ମ ସ୍ୱର୍ଣ୍ଣ ଜିତିଥିଲେ । ପୁରୁଷ ସିଙ୍ଗଲ୍ସ ଏସଏଲ୪ ବ୍ୟାଡମିଣ୍ଟନରେ ସୁହାସ ୟାଥିରାଜ ୬ଷ୍ଠ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ପୁରୁଷ ଡବଲ୍ସ ଏସଏଲ୩-ଏସଏଲ୪ ବ୍ୟାଡମିଣ୍ଟନରେ ଭାରତୀୟ ଯୋଡ଼ି ନିତେଶ କୁମାର-ତରୁଣ ଇଣ୍ଡୋନେସିଆର ପ୍ରତିପକ୍ଷ ଦ୍ୱିୟୋକୋ-ଫ୍ରେଡିଙ୍କୁ ଫାଇନାଲରେ ୯-୨୧, ୨୧-୧୯, ୨୨-୨୦ ସେଟରେ ପରାସ୍ତ କରି ସପ୍ତମ ସ୍ୱର୍ଣ୍ଣ ଜିତିଥିଲେ ।

Get real time updates directly on you device, subscribe now.