fbpx

ଭାରତକୁ ଅଷ୍ଟମ SAFF କପ୍: ନେପାଳକୁ ୩-୦ରେ ହରାଇଲା

Advertisement

ନୂଆଦିଲ୍ଲୀ: ଭାରତ ଜିତି ନେଇଛି ଅଷ୍ଟମ ସାଫ୍ କପ୍ । ନେପାଳକୁ ୩-୦ରେ ପରାସ୍ତ କରିବା ସହିତ ଭାରତ ଅଷ୍ଟମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଜିତିବାରେ ସଫଳ ହୋଇଛି । ମଲଡିଭସର ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଭାରତ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ, ସୁରେଶ ସିଂ ଓ ସହଲ ଅବଦୁଲ ସମଦ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।

ନେପାଳ ବିପକ୍ଷ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ପ୍ରଥମାର୍ଦ୍ଧରୁ ଉଭୟ ଦଳ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମାର୍ଦ୍ଧର ୪ ମିନିଟ ମଧ୍ୟରେ ଛେତ୍ରୀ ପ୍ରଥମ ଗୋଲ ସ୍କୋର କରିଥିଲେ । ଅଧିନାୟକ ଭାବରେ ଭାରତୀୟ ଆକ୍ରମଣର ନେତୃତ୍ୱ ନେଇଥିଲେ ଛେତ୍ରୀ । ଏହାର ଏକ ମିନିଟ ମଧ୍ୟରେ ସୁରେଶ ସିଂ ଭାରତ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ଅତିରିକ୍ତ ସମୟର ୯୧ ତମ ମିନିଟରେ ସହଲ ଗୋଲ ସ୍କୋର କରିବା ସହିତ ଭାରତକୁ ୩-୦ରେ ବିଜୟୀ କରାଇଥିଲେ ।

Get real time updates directly on you device, subscribe now.