fbpx

କମନୱେଲଥ ଗେମ୍ସ ୨୦୨୨ରେ ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସର ଆଜି ଦ୍ୱିତୀୟ ଦିନରେ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଛି । ଭାରତୀୟ ଭାରୋତ୍ତଳନକାରୀ ମୀରାବାଈ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକରେ ସେ ରୌପ୍ୟ ପଦକ ଜିତିଥିବା ବେଳେ ୨୦୧୮ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥିସହିତ ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ମଧ୍ୟ ମୀରାବାଈ ସିଲଭର ପଦକ ହାସଲ କରିଥିଲେ ।

ମୀରାବାଈ କ୍ଲିନ ଆଣ୍ଡ ଜର୍ମରେ ନିଜର ପ୍ରଥମ ପ୍ରୟାସରେ ୧୦୫ କେଜି ଓଜନ ଉଠାଇଥିଲେ । ସେ ସ୍ନୈଚରେ ତୃତୀୟ ପ୍ରୟାରେ ୯୦ କେଜି ଉଠାଇ ପାରି ନଥିଲେ । ତେଣୁ ସ୍ନୈଚରେ ତାଙ୍କର ବେଷ୍ଟ ପ୍ରାୟା ୮୮ କେଜି ରହିଥିଲା । ଚାନୁଙ୍କ ପରେ ସ୍ନୈଚରେ ମୈରୀ ହନିତ୍ରା ରୋଇଲ୍ୟା ଦ୍ୱିତୀୟ ନମ୍ବରରେ ରହିଥିଲେ । ମୈରୀ ୭୬ କେଜି ଭାର ସଫଳତାପୂର୍ବକ ଉଠାଇବାରେ ସକ୍ଷମ ହୋଇଥିଲେ ।

ଚାନୁ ସ୍ନୈଚରେ ପ୍ରଥମ ପ୍ରୟାସରେ ୮୪ କେଜି ଭାର ଉଠାଇଥିଲେ । ଏହା ପରେ ଦ୍ୱିତୀୟ ପ୍ରୟାସରେ ୮୮ କେଜି ସଫଳତାର ସହ ଉଠାଇଥିଲେ । ସେ ଗ୍ଲାସଗୋ କମନୱେଲଥ ଗେମ୍ସରେ ସିଲଭର ମେଡାଲ, ୨୦୧୭ ବିଶ୍ୱ ଚାମ୍ପିୟନସିପରେ ଗୋଲ୍ଡ ମେଡାଲ, ୨୦୧୮ ଗୋଲ୍ଡ କୋଷ୍ଟରେ ସ୍ୱର୍ଣ୍ଣ ପଦକ, ୨୦୨୦ ଏସିଆନ ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ, ଟୋକିଓ ଅଲିମ୍ପିକରେ ସିଲଭର ପଦକ ଜିତିଥିଲେ ।

Get real time updates directly on you device, subscribe now.