fbpx

ରାହୁଲ ଗାନ୍ଧୀରଙ୍କ ପୋଷ୍ଟ ଉପରେ ସ୍ପଷ୍ଟୀକରଣ ଦେଲା ଭାରତୀୟ ସେନା, କହିଲା ଅଗ୍ନିବୀର ଅଜୟଙ୍କ ପରିବାରଙ୍କୁ ମିଳିଛି ୯୮.୩୯ ଲକ୍ଷ କ୍ଷତିପୂରଣ

Advertisement

ନୂଆଦିଲ୍ଲୀ: ବୁଧବାର ଭାରତୀୟ ସେନା ସୋସିଆଲ ମିଡିଆ ପୋଷ୍ଟରେ କରାଯାଇଥିବା ଏକ ଦାବିକୁ ପ୍ରତ୍ୟାଖାନ କରିଛି । ଏଥିରେ ଉଲ୍ଲେଖ ଥିଲା ଯେ ଡ୍ୟୁଟି ସମୟରେ ପ୍ରାଣ ହରାଇଥିବା ଅଗ୍ନିବୀର ଅଜୟ କୁମାରଙ୍କ ସମ୍ପର୍କୀୟଙ୍କୁ କ୍ଷତିପୁରଣ ପ୍ରଦାନ କରାଯାଇ ନାହିଁ । ଅଜୟ କୁମାରଙ୍କ ପରିବାରଙ୍କୁ ଧାର୍ଯ୍ୟ କ୍ଷତିପୂରଣ ରାଶିରୁ ମାତ୍ର ୯୮.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା କୁହାଯାଇଛି ।

ଲୋକସଭା ବିପକ୍ଷ ନେତା ରାହୁଲ ଗାନ୍ଧୀ ବୁଧବାର ସଂସଦରେ ଅଭିଯୋଗ କରିଥିଲେ କି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସହୀଦ ଅଗ୍ନିବୀରଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ମାମଲାରେ ‘ମିଛି’ କହିଛନ୍ତି । ଏଥିପାଇଁ ତାଙ୍କୁ କ୍ଷମାପ୍ରାର୍ଥନା କରିବାକୁ ପଡ଼ିବ । ତେବେ ଏନେଇ ଭାରତୀୟ ସେନା ADG PIଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଏଥିରେ ଉଲ୍ଲେଖ ରହିଛି, ‘ଭାରତୀୟ ସେନା ଅଗ୍ନିବୀର ଅଜୟ କୁମାରଙ୍କ ସବୋର୍ଚ୍ଚ ବଳିଦାନକୁ ସଲାମ କରୁଛି । ତାଙ୍କୁ ପୁର୍ଣ୍ଣ ସୈନ୍ୟ ସମ୍ମାନ ସହ ଶେଷ ବିଦାୟ ଦିଆଯାଇଥିଲା । ଏହା ସହ ତାଙ୍କ ସମ୍ପର୍କୀୟଙ୍କୁ ପୂର୍ବରୁ କ୍ଷତିପୂରଣ ବାବଦକୁ ୯୮.୩୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅଗ୍ନିବୀର ଯୋଜନାର ପ୍ରାବଧାନ ଅନୁଯାୟୀ ପ୍ରାୟ ୬୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ଲାଭ ପୋଲିସ ଭେରିଫିକେସନ୍ ପରେ ପ୍ରଦାନ କରାଯିବ । କ୍ଷତିପୂରଣର ମୋଟ୍ ରାଶି ହେଉଛି ୧.୬୫ କୋଟି ଟଙ୍କା ।’

ତେବେ ବୟାନରେ ଏହି କଥା ଉପରେ ଜୋର ଦିଆଯାଇଛି କି ସହୀଦ ହୋଇଥିବା ଅନ୍ୟ ସୈନିକଙ୍କ ପରିବାରଙ୍କ ସହ ଅଗ୍ନିବୀରଙ୍କ ପରିବାରଙ୍କୁ ମଧ୍ୟ ଶୀଘ୍ର ଆର୍ଥିକ ସହାୟତା ପ୍ରଦାନ କରାଯିିବ । ଅପରପକ୍ଷରେ ରାହୁଲ ଗାନ୍ଧୀ ‘ଏକ୍ସ’ରେ ଏକ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି, ‘ସତ୍ୟର ସୁରକ୍ଷା ହେଉଛି ପ୍ରତ୍ୟେକ ଧର୍ମର ଆଧାର ! ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଗ୍ନିବୀରଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରିବା ନେଇ ସଂସଦରେ ମିଛ କହିଥିଲେ । ସହୀଦ ଅଗ୍ନିବୀର ଅଜୟଙ୍କ ବାପା ଏହାର ସତ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସଂସଦ, ଦେଶ, ସେନା ଏବଂ ସହୀଦ ଅଗ୍ନିବୀରଙ୍କ ପରିବାରଙ୍କ ଠାରୁ କ୍ଷମାପ୍ରାର୍ଥନା କରିବାକୁ ହେବ ।’ ଅନ୍ୟ ଏକ ପୋଷ୍ଟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଅଗ୍ନିବୀରଙ୍କ ପରିବାରଙ୍କୁ ସହୀଦର ମର୍ଯ୍ୟାଦା ଦିଅନ୍ତି ନାହିଁ । ଅଗ୍ନିବୀର ୟୁଜ୍ ଆଣ୍ଡ୍ ଥ୍ରୋ ଶ୍ରମିକ । ଏହି ଯୋଜନାକୁ ନେଇ ଅନେକ ଜବାନଙ୍କ ମନରେ ଭୟ ରହିଛି । ଏହାର ପ୍ରତିଉତ୍ତରରେ ରାଜନାଥ ସଂହ କହିଥିଲେ କି ରାହୁଲଙ୍କୁ ସଂସଦକୁ ବିଭ୍ରାନ୍ତ କରିବା ଉଚିତ ନୁହେଁ । ଡ୍ୟୁଟି ସମୟରେ ସହୀଦ ହୋଇଥିବା ପ୍ରତ୍ୟେକ ଅଗ୍ନିବୀରଙ୍କ ପରିବାରଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ମିଳିଥାଏ ।

 

Get real time updates directly on you device, subscribe now.