ମାତ୍ର ୨୫ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଲେ ଶହୀଦ୍ ମୁରଲ, କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ବୃଦ୍ଧ ବାପା-ମା’

ଶୋକରେ ଗାଁ ସାରା ଲୋକ । ମା ଆଖିରୁ ସୁଖୁନି ଲୁହ ।

ଉରୀ : ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ପାକିସ୍ତାନରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ସେବେଠାରୁ ପାକିସ୍ତାନ ଭାରତ ଉପରେ ଗୁଳିଚାଳନା କରୁଛି, ଯାହାର ଭାରତୀୟ ସେନା ଉଚିତ ଜବାବ ଦେଉଛି। ଆପଣଙ୍କୁ କହିରଖୁଛୁ ଯେ ଜମ୍ମୁ-କାଶ୍ମୀରରେ ପାକିସ୍ତାନର ଲଗାତାର ଗୁଳିମାଡ଼ରେ ଆନ୍ଧ୍ରପ୍ରଦେଶର ଜଣେ ସୈନିକ ସହିଦ ହୋଇଛନ୍ତି। ସହିଦ ହେବା ପୂର୍ବରୁ ସୈନିକ ଜଣକ 5 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

ଜମ୍ମୁ-କାଶ୍ମୀରରେ ଏଲଓସିରେ ଗୁଳିଚାଳନା ସମୟରେ ଆନ୍ଧ୍ରପ୍ରଦେଶର ଜଣେ ସୈନିକ ସହିଦ ହୋଇଛନ୍ତି।  ଶହୀଦ୍  ମୁରଲୀ ନାୟକଙ୍କ ପରିବାର କାମାରାଜନଗର ଏବଂ ମୁମ୍ବାଇର ଘାଟକୋପରରେ ରୁହନ୍ତି। ତାଙ୍କ ସହିଦରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶୋକ ପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି, ‘ଘାଟକୋପର ପୂର୍ବର ମୁରଲୀ ନାଏକଙ୍କର ଉରିରେ ଦେହାନ୍ତ ହୋଇଛି।’ ମୁଁ ତାଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମୁଁ ତାଙ୍କର ସାହସକୁ ସାଲ୍ୟୁଟ୍ କରୁଛି। ଯଦିଓ ତାଙ୍କ ଜନ୍ମଭୂମି ଆନ୍ଧ୍ରପ୍ରଦେଶରେ, ତାଙ୍କ ବାପା ଶ୍ରୀରାମ ନାଏକ ଏବଂ ମାଆ ଜ୍ୟୋତିତାଇ ନାଏକ ଘାଟକୋପର ଅଞ୍ଚଳରେ ରୁହନ୍ତି। ଆମେ ଏହି ପରିବାରର ଦୁଃଖରେ ସହଭାଗୀ।

୨୦୨୨ରେ ମୁରଲି ଆର୍ମିରେ ଚାକିରି କରିଥିଲେ । ସେ ୮୫୧ ରେଜିମେଣ୍ଟର ଥିଲେ । ବାପା ଶ୍ରୀରାମ ଓ ମା’ ଜ୍ୟୋତିବାଈ ଦିନମଜୁରିଆ । ମୁରଲି ସେମାନଙ୍କର ଗୋଟିଏମାତ୍ର ପୁଅ ଥିଲେ ।

୨୦୨୫ ଜାନୁଆରୀ ୬ରେ ୧୦-୧୫ ଦିନିଆ ଛୁଟିରେ ମୁରଲି ଘରକୁ ଆସିଥିଲେ । ରାତିରେ ଘରକୁ ଫୋନ୍ କରି ମୁରଲି ପରିବାର ଲୋକଭ୍କ ସହ କଥା ହେଲେ । କିନ୍ତୁ ସକାଳଳୁ ଆର୍ମି କାର୍ଯ୍ୟାଳୟରୁ ମୁରଲି ଶହୀଦ ହେବାର ଖବର ସେମାନଙ୍କୁ ମିଳିଲା ।
ମୁରଲିଙ୍କ ଶହୀଦ ଖବର ଶୁଣି ପରିବାର ସମେତ ଗାଁ ଶୋକରେ ବୁଡ଼ିଯାଇଛି ।