ଲକ୍ଷ୍ନୌ: ଇଣ୍ଡିଆନ୍ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କରେ ଅଥରାଇଜ୍ଡ ଡାକ୍ତର ପୋଷ୍ଟ ପାଇଁ ନିଯୁକ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଚାକିରି କରିବାକୁ ଚାହୁଁଥିବା ଡାକ୍ତରଙ୍କୁ ୩ ବର୍ଷ ଠିକା ନିଯୁକ୍ତି କରାଯିବ । ଆଶାୟୀଙ୍କ ପାଖରେ ଏମବିବିଏସ୍ ଡିଗ୍ରୀ ରହିଥିବା ଆବଶ୍ୟକ । ଏଥିସହ ମେଡିକାଲ ପ୍ରାକ୍ଟିଶନର ଭାବେ ସେମାନଙ୍କ ନିକଟରେ ୧୦ ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ । ଅଥରାଇଜ୍ଡ ଡାକ୍ତର ପୋଷ୍ଟ ପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ । ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୫ ଜାନୁୟାରୀ ୪ ତାରିଖ । ଆବେଦନ ସନ୍ଧ୍ୟା ୫ଟା ପୂର୍ବରୁ କରାଯିବା ଜରୁରୀ ।
ଆଶାୟୀ ପ୍ରାର୍ଥୀମାନେ ଆବେଦନ ଫର୍ମ ଭରି ଆବଶ୍ୟକୀୟ ଡକୁ୍ୟମେଣ୍ଟ ସହିତ ବ୍ୟାଙ୍କ ଠିକଣାରେ ପଠାଇବାକୁ ପଡ଼ିବ । ଠିକଣା ହେଲା, ଇଣ୍ଡିଆନ୍ ବ୍ୟାଙ୍କ, ମୁଖ୍ୟ ପ୍ରବନ୍ଧକ, ଏଫଜିଏମଓ ଲକ୍ଷ୍ନୌ, ଇଣ୍ଡିଆନ୍ ବ୍ୟାଙ୍କ ଏଫଜିଏମଓ ଲକ୍ଷ୍ନୌ, ହଜରତଗଞ୍ଜ ଲକ୍ଷ୍ନୌ । ଆବେଦନକାରୀଙ୍କୁ ଇଣ୍ଟରଭୁ୍ୟ ଆଧାରରେ ଚୟନ କରାଯିବ । ବ୍ୟାଙ୍କ ସର୍ଟଲିଷ୍ଟେଡ୍ ଆବେଦନକାରୀଙ୍କ ପାଇଁ ହିଁ ଇଣ୍ଟରଭୁ୍ୟ ବ୍ୟାଙ୍କ କରିବ ।