ଅଳ୍ପକେ ବଞ୍ଚିଗଲା ସୌରଭ ଗାଙ୍ଗୁଲିଙ୍କ ଜୀବନ, ଦ୍ରୁତଗାମୀ ଟ୍ରକ ଆସି ପିଟିହେଲା ଗାଙ୍ଗୁଲିଙ୍କ କାରରେ
କାର୍ଯ୍ୟକ୍ରମକୁ ଯିବାବେଳେ ଘଟିଲା ବଡ଼ ଅଘଟଣ । ଏତେ ବଡ଼ ଦୁର୍ଘଟଣା କେମିତି ହେଲ ।
କୋଲକାତା: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସ ୱେ’ରେ ଘଟିଛି ଏହି ଦୁର୍ଘଟଣା । କିନ୍ତୁ ଆସ୍ୱସ୍ତିକର ଖବର ଏହା ଯେ, ଏତେ ବଡ଼ ଦୁର୍ଘଟଣାରେ ଗାଙ୍ଗୁଲିଙ୍କୁ କୌଣସି ଆଘାତ ଲାଗି ନ ଥିବା କୁହାଯାଉଛି ।
ବର୍ଧମାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସୌରଭ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବାଟରେ ଯାଉଥିବାବେଳେ ଏକ ଟ୍ରକ୍ ତାଙ୍କ ଗାଡ଼ି ସହ ପିଟି ହୋଇଥିଲା । ଟ୍ରକକୁ ଦେଖି ସୌରଭଙ୍କ ଡ୍ରାଇଭର ହଠାତ୍ କାର ବ୍ରେକ ମାରିବା ପରେ; ତାଙ୍କ ଗାଡ଼ି ପଛରେ ଆସୁଥିବା ଅନ୍ୟ ଗାଡ଼ିସବୁ ପରସ୍ପର ସହ ବାଡ଼େଇ ହୋଇଯାଥିଲେ ।
ଏହାଦ୍ୱାରା ରାସ୍ତା ଜାମ୍ ମଧ୍ୟ ହୋଇଯାଇଥିଲା । ଟ୍ରାଫିକ ପୋଲିସ ଆସି ଭିଡ଼ ନିୟନ୍ତ୍ରଣ କରିଥିଲେ । ଦୁର୍ଘଟଣାରେ ଜୀବନହାନୀ ହୋଇ ନ ଥିବାବେଳେ ଅନ୍ୟ ଗାଡ଼ି ସହ ପିଟି ହେବା କାରଣରୁ ଗାଡ଼ି ସବୁ ସାମାନ୍ୟ ଭାବେ ପ୍ରଭାବିତ ହୋଇଛି ।