fbpx

ଟିମ ଇଣ୍ଡିଆ ଭାଙ୍ଗିଲା ଇଂଲଣ୍ଡର ବିଶ୍ୱ ରେକର୍ଡ, ଟେଷ୍ଟରେ ଟି୨୦ର ଜଲୱା ଦେଖାଇଲେ ରୋହିତ-ଜୈସୱାଲ

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କରେ ଖେଳାଯାଉଛି। ଏହି ମ୍ୟାଚର ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈସୱାଲ ଟେଷ୍ଟ କ୍ରିକେଟରେ ୫୦ ରନ୍ ସ୍କୋର କରି ଭାରତ ପାଇଁ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାମରେ ଥିଲା। ଇଂଲଣ୍ଡ ଚଳିତ ବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟ୍ରେଣ୍ଟ ବ୍ରିଜରେ ଖେଳାଯାଉଥିବା ମ୍ୟାଚ ସମୟରେ ମାତ୍ର ୪.୨ ଓଭରରେ ୫୦ ରନ ସଂଖ୍ୟା ଛୁଇଁଥିଲା। ବର୍ତ୍ତମାନ ରୋହିତ ଶର୍ମା ଏବଂ ଯଶସଦବୂ ଜୈସୱାଲ ୩ ଓଭରରେ ୫୦ ରନ ସଂଖ୍ୟା ଛୁଇଁ ୱାଲର୍ଡ ରେକର୍ଡକୁ ଭାଙ୍ଗିଛନ୍ତି।

ରୋହିତ ଶର୍ମା ଏହି ମ୍ୟାଚରେ ଦୁଇଟି ଛକା ସହ ନିଜର ଇଂନିସ ଆରମ୍ଭ କରିଥିଲେ। ରୋହିତ ଶର୍ମା ଏହି ମ୍ୟାଚରେ ପୂରା ଫର୍ମରେ ଥିଲେ। ଏପରି ଲାଗୁଥିଲା ଯେମିତି ସେ ଡ୍ରେସିଙ୍ଗ ରୁମରୁ ସେଟ ହୋଇଆସିଛନ୍ତି। ହେଲେ ଅଧିକ ରନ କରିବା ଚେଷ୍ଟାରେ ସେ ଆଉଟ ହୋଇଯାଇଥିଲେ। ରୋହିତ ଶର୍ମା ଏହି ମ୍ୟାଚରେ ମାତ୍ର ୧୧ ବଲରେ ୨୩ ରନର ଇଂନିସ ଖେଳିଥିଲେ। ଯେଉଁଥିରେ ତିନୋଟି ଛକା ଏବଂ ଗୋଟିଏ ଚୌକା ସାମିଲ ରହିଛି। ରୋହିତ ଶର୍ମାଙ୍କୁ ମେହଦୀ ହସନ ମିରାଜ ଆଉଟ କରିଦେଇଥିଲେ। ରୋହିତ ଶର୍ମାଙ୍କୁ ଏଭଳି ବ୍ୟାଟିଙ୍ଗ କରିବା ଦେଖି ଫ୍ୟାନ୍ସ ବହୁତ ଖୁସି ନଜର ଆସିଥିଲେ।

Get real time updates directly on you device, subscribe now.