fbpx

ଭାରତୀୟ କ୍ରିକେଟ୍‌ ଦଳରେ ଅଦଳବଦଳ, କିଏ ଧରିବ ଟେଷ୍ଟ ଦଳର ଅଧିନାୟକ ମଙ୍ଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୨ରେ ହାରି ଯିବା ପରେ ବିସିସିଆଇ ଆଗାମୀ ସମୟରେ ବଡ ଧରଣର ପରିବର୍ତ୍ତନ କରିବା ପାଇଁ ବିଚାର ବିମର୍ଷ ଚଳାଇଛି । ପ୍ରଥମତଃ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସବୁ ଫର୍ମାଟ ଅଧିଡ଼ାୟକ ପଦରୁ ଓହରି ଯାଇଛନ୍ତି । ତେବେ ରୋହିତ ଶର୍ମା ଦିନିକିଆ ଓ ଟି-୨୦ ଅଧିନାୟକ ହୋଇଥିବା ବେଳେ କୋହଲିଙ୍କ ସ୍ଥାନରେ କିଏ ଏହି ଦାୟିତ୍ୱ ଗ୍ରହଣ କରିବେ ,ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ । ରୋହିତ ଶର୍ମା ଏଥିପାଇଁ ଉପଯୁକ୍ତ ମନେ ହେଉ ଥିଲେ ହେଁ ନିଜର ଫିଟନେଶ ବଜାୟ ରଖି ତିନି ଫର୍ମାଟରେ ନେତୃତ୍ୱ ନେବା ନିଶ୍ଚିତ କଷ୍ଟକର । କାରଣ କୋହଲି ଏକ କାଳୀନ ତିନି ଫର୍ମାଟର ଅଧିନାୟକ ହେବା ଦ୍ୱାରା ତାଙ୍କର ବ୍ୟାଟିଂ ଫର୍ମ ସମ୍ପୂର୍ଣ୍ଣ ବିଗିଡି ଯାଇଛି । ତେଣୁ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତି ବର୍ତ୍ତମାନ ବଡ ପ୍ରସଙ୍ଗ ।

ସେହିପରି ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଟେଷ୍ଟ କ୍ୟାରୟର ପ୍ରାୟତଃ ଶେଷ ହୋଇ ଯାଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରେୟସ ଆୟାର ଓ ଶୁବମନ ଗିଲ ଖେଳିବା ପ୍ରାୟତଃ ନିଶ୍ଚିତ । ଅନ୍ୟ ପକ୍ଷରେ ହନୁମା ବିହାରୀ ମଧ୍ୟ କ୍ରମରେ ବ୍ୟାଟିଂ ଦାୟିତ୍ୱ ସମ୍ଭାଳିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ସମ୍ପୂର୍ଣ୍ଣ ବିଫଳ ହେବା ଯୋଗୁ ସେମାନଙ୍କ ଟେଷ୍ଟ ଖେଳିବା ରାସ୍ତା ବନ୍ଦ ହୋଇ ଯାଇଛି । ତେଣୁ ଏମାନଙ୍କ ସ୍ଥାନଦରେ ବହୁ ଆଶାୟୀ ଯୁବ ଖେଳାଳି ଅପେକ୍ଷା କରି ରହିଛନ୍ତି । ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପୁଣି ପୂଜାରା ଓ ରାହାଣେଙ୍କୁ ଦଳରେ ସାମିଲ କଲେ ବହୁ ଦିନ ଧରି ଆଶା କରି ରହିଥିବା ଯୁବ ଖେଳାଳିଙ୍କ ପ୍ରତି ଘୋର ଅନ୍ୟାୟ ହେବ ବୋଲି ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର କହିଛନ୍ତି ।

Get real time updates directly on you device, subscribe now.