ଜଗା ଦୁଆରେ ଭାରତୀୟ କ୍ରିକେଟର; ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଟିମ୍‌ ଇଣ୍ଡିଆର ଖେଳାଳି

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ୱାସିଂଟନ୍‌ ସୁନ୍ଦର ।

ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ଖେଳାଳି ।

ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ କ୍ରିକେଟ ଦଳର ଖେଳାଳି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କରାଯାଇଥିଲା ଭବ୍ୟ ସ୍ୱାଗତ । ଭୁବନେଶ୍ବରରେ ପହଞ୍ଚିବା ପରେ ହୋଟେଲ୍ ଅଭିମୁଖେ ବାହାରିଥିଲେ ୨ଟି ଟିମ୍‌ର ଖେଳାଳି ।

୨ଟି ବସ୍‌ରେ ହୋଟେଲରେ ପହଞ୍ଚିଥିଲେ ଭାରତ ଓ ଇଂଲଣ୍ଡ ଟିମ୍‌ର ଖେଳାଳି  । ବିମାନ ବନ୍ଦରରେ ଟିମ୍‌ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ସେମାନଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ଦେଖିବା ପାଇଁ ମିଳିଥିଲା ।

କେବଳ ବିମାନବନ୍ଦର ନୁହେଁ ହୋଟେଲ ବାହାରେ ମଧ୍ୟ ବହୁ କ୍ରିକେଟ୍‌ ଫ୍ୟାନ୍‌ ଖେଳାଳିଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ । ଆଜି ପୁରୀ ଯିବା ଖବର ପାଇ ମଧ୍ୟ ଫ୍ୟାନ୍ ଉତ୍ସାହ ହୋଇଛନ୍ତି।