ଗୁଗୁଲ Chrome ବ୍ୟବହାର କରୁଥିବା ଲୋକଙ୍କ ପାଇଁ High Risk Alert, କେନ୍ଦ୍ର ପକ୍ଷରୁ ସତର୍କତା ଜାରି

Chromeକୁ ତୁରନ୍ତ କରନ୍ତୁ ଅପଡେଟ । ଚୋରି ହୋଇଯିବ ଆପଣଙ୍କ ଡାଟା ।

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାନ୍ତୁ ସତର୍କ । ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କ ପାଇଁ ଏକ ହାଇ-ରିସ୍କ ୱାର୍ଣ୍ଣିଂ ଜାରି କରିଛି ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସପନ୍ସ ଟିମ୍ ଗୁଗୁଲ୍ କ୍ରୋମ୍ ଡେସ୍କଟପ୍ ।

ବ୍ରାଉଜରରେ ଗମ୍ଭୀର ସୁରକ୍ଷା ତ୍ରୁଟି ମିଳିଛି, ଯାହା ସମ୍ପର୍କରେ ସିଇଆରଟି-ଇନ୍ ଏକ ଚେତାବନୀ ଜାରି କରିଛି । ଏହି ବିପଦଗୁଡ଼ିକୁ ହାଇ-ରିସ୍କ ୱାର୍ଣ୍ଣିଂ ବୋଲି କୁହାଯାଉଛି । ଏହା ମାଧ୍ୟମରେ ହ୍ୟାକର୍ସମାନେ ବ୍ୟବହାରକାରୀଙ୍କ ସିଷ୍ଟମକୁ ନିୟନ୍ତ୍ରଣ କରିପାରିବେ ଏବଂ ସମ୍ବେଦନଶୀଳ ଡାଟା ଚୋରି କରିପାରିବେ ।

ସାଇବର ସୁରକ୍ଷା ଏଜେନ୍ସି ଅନୁଯାୟୀ, ଯଦି ଆପଣ କ୍ରୋମ୍ ବ୍ୟବହାର କରନ୍ତି, ତେବେ ସୁରକ୍ଷିତ ରହିବା ପାଇଁ ତୁରନ୍ତ ଆପଣଙ୍କର ବ୍ରାଉଜରକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରନ୍ତୁ । ସାଇବର ସୁରକ୍ଷା ଟିମ୍ କହିଛି ଯେ, ଗୁଗୁଲ୍ କ୍ରୋମରେ ଅନେକ ତ୍ରୁଟି ମିଳିଛି, ଯାହା କଷ୍ଟମ୍ ଟ୍ୟାବ୍ସ, ଇଣ୍ଟେଣ୍ଟସ୍, ଏକ୍ସଟେନ୍ସନ୍ସ, ନାଭିଗେସନ୍ସ, ଅଟୋଫିଲ୍ ଏବଂ ଡାଉନଲୋଡ୍ସରେ ଅନୁପଯୁକ୍ତ କାର୍ଯ୍ୟକଳାପ ଯୋଗୁଁ ହୋଇଛି ।

ଯେ କେହି ବି ଏହା ଦୁରୁପୋଯୋଗ କରି ଲୋକଙ୍କୁ ଠକିପାରିବ । ସ୍କାମରମାନେ ଟାର୍ଗେଟ୍ କରାଯାଇଥିବା ସିଷ୍ଟମରେ ମନଇଚ୍ଛା କୋଡ୍ ମଧ୍ୟ ଚଲାଇ ପାରିବେ । ଘରେ ହେଉ କିମ୍ବା ଅଫିସ, କମ୍ପ୍ୟୁଟରରେ ଯେ କେହି ବି ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଥିବେ ସମସ୍ତଙ୍କୁ ସତର୍କ କରାଯାଇଛି ।