fbpx

ଖୁସି ଖବର: ଫ୍ରେଶର୍ ପାଇଁ ଆଇଟି କମ୍ପାନୀ ଖୋଲିବ ଗେଟ୍, ଠପ୍ ପଡ଼ିଥିବା କ୍ୟାମ୍ପସ୍ ପ୍ଲେସମେଣ୍ଟରେ ପୁଣି ହେବ ନିଯୁକ୍ତି

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ଏକ ବର୍ଷରୁ ଅଧିକ ସମୟ ଧରି ଆଇଟି କ୍ଷେତ୍ର ପାଇଁ କେବଳ ଖରାପ ଖବର ସାମ୍ନାକୁ ଆସୁଛି । ଲଗାତାର ଛଟେଇ ପରେ ଆଇଟି କମ୍ପାନୀଗୁଡିକ ଆର୍ôଥକ ମନ୍ଥରତା ହେତୁ ଫ୍ରେଶର ନିଯୁକ୍ତି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ ।

ବର୍ତ୍ତମାନ ଚାକିରି ଖୋଜୁଥିବା ଯୁବପିଢ଼ିମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଭାରତୀୟ ଆଇଟି କମ୍ପାନୀଗୁଡିକ ବର୍ତ୍ତମାନ ଉନ୍ନତି ପଥରେ ଅଛନ୍ତି । ଫ୍ରେଶର୍ ପାଇଁ କ୍ୟାମ୍ପସ୍ ନିଯୁକ୍ତି ଆରମ୍ଭ କରିବା ସହ ଉତ୍ତମ ବେତନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି କମ୍ପାନୀ । ଅବଶ୍ୟ ଏଥିପାଇଁ ଆପଣଙ୍କୁ ଆପଣଙ୍କର ଦକ୍ଷତା ଉପରେ କାର୍ଯ୍ୟ କରିବାକୁ ପଡିବ । କ୍ଲାଉଡ୍, ଡାଟା ଏବଂ ଏଆଇ ଭଳି ଭୂମିକା ପାଇଁ ଆଇଟି କମ୍ପାନୀଗୁଡିକ ବର୍ତ୍ତମାନ ଲୋକଙ୍କୁ ଚୟନ କରିବାକୁ ଚାହୁଁଛନ୍ତି ।

ବିଜନେସ୍ ଟୁଡେ ରିପୋର୍ଟ ଅନୁଯାୟୀ, ଆଇବିଏମ୍, ଇନଫୋସିସ୍, ଟିସିଏସ୍ ଏବଂ ଏଲଟିଆଇଆଇମାଇଣ୍ଡଟ୍ରି ପରି ଅନେକ ଆଇଟି କମ୍ପାନୀ ମଧ୍ୟ କ୍ୟାମ୍ପସରେ ଭିଜିଟ୍ କରିବା ଆରମ୍ଭ କରିଛନ୍ତି । ଏଥର ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛି । ଯେଉଁ କମ୍ପାନୀଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚାକିରି ଯୋଗାଉଥିଲେ ସେମାନେ ବର୍ତ୍ତମାନ କେବଳ ମନୋନୀତ ଲୋକଙ୍କୁ ବାଛିବେ । କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଷୟରେ ଜ୍ଞାନ ଥିବା ଲୋକ ଆବଶ୍ୟକ । ଏଭଳି ଭୂମିକା ପାଇଁ ଦରମା ପ୍ୟାକେଜ୍ ମଧ୍ୟ ୬ ରୁ ୯ ଲକ୍ଷ ଟଙ୍କା ହେବ ।

ଦେଶରେ କ୍ୟାମ୍ପସ ପ୍ଲେସମେଣ୍ଟ ଜୁଲାଇରୁ ଆରମ୍ଭ ହେବ । ଏହା ବ୍ୟତୀତ ଅଫ୍ କ୍ୟାମ୍ପସ ଜଏନିଂ ମଧ୍ୟ କରାଯିବ । ଏହା ମାଧ୍ୟମରେ ଟିସିଏସ୍ ପ୍ରାୟ ୪୦ ହଜାର ଫ୍ରେସର, ଇନଫୋସିସ୍ ୨୦ ହଜାର ଏବଂ ୱିପ୍ରୋ ୧୦ ହଜାର ଫ୍ରେଶରଙ୍କୁ ସାମିଲ କରିବାକୁ ଯୋଜନା କରିଛି ।

Get real time updates directly on you device, subscribe now.