ସମୁଦ୍ରରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ନୌସେନା, ୨୩ ଜଣ ପାକିସ୍ତାନୀଙ୍କୁ କଲା ଉଦ୍ଧାର

ନୂଆଦିଲ୍ଲୀ: ସମୁଦ୍ରରେ ସମସ୍ତ ଦେଶ ସଠିକ ଭାବେ ଗତି କରିପାରିବେ କି ନାହିଁ ଭାରତୀୟ ନୌସେନା ଏଥିପାଇଁ ଅନୁସନ୍ଧାନ ଜାରି ରଖିଛି । ‘ଅପରେସନ ସଂକଳ୍ପ’ ଜାରିଆରେ ଇଣ୍ଡିଆନ ନାଭି ଅନେକଥର ସମୁଦ୍ର ଲୁଟେରାଙ୍କ ଠାରୁ ଅନେକ ଦେଶକୁ ଉଦ୍ଧାର କରିଛନ୍ତି । ଏହାରି ମଧ୍ୟରେ ୨୩ ଜଣ ପାକିସ୍ତାନୀଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିଛନ୍ତି । ଲୁଟେରାମାନେ ଭାରତୀୟ ନୌସେନାଙ୍କ ପାଖରେ ଅତ୍ମସମର୍ପଣ କରିଛନ୍ତି । ମତ୍ସଜୀବୀଙ୍କ ଜାହାଜରେ ସମୁଦ୍ର ଲୁଟେରା ଥିଲେ । ଇରାନ ଜାହାଜକୁ ମଧ୍ୟ ଭାରତ ମୁକୁଳାଇଛି । ୧୨ ଘଣ୍ଟାର ଅପରେସନ ପରେ ପାକ୍ ନାଗରିକ ଉଦ୍ଧାର ହୋଇଛନ୍ତି।

ସୂଚନା ଅନୁଯାୟୀ, ଅଲ-କାମ୍ବର ୭୮୬ ନାମକ ଇରାନର ଜାହାଜ ଆରବ ସାଗରରେ ମାଛ ଧରିବାକୁ ଯାଇଥିଲା। ଏହାର କର୍ମଚାରୀଙ୍କ ମଧ୍ୟରେ ୨୩ ଜଣ ପାକିସ୍ତାନୀ ନାଗରିକ ଥିଲେ। ତା’ପରେ ହଠାତ୍ ଲୁଟେରାମାନେ ଜାହାଜ ଉପରେ ଆକ୍ରମଣ କରି ଅପହରଣ କରିଥିଲେ। ଭାରତୀୟ ନୌସେନାର କମାଣ୍ଡ ଏହି ବିଷୟରେ ସୂଚନା ପାଇଥିଲେ। ଏହା ପରେ ଅପହରଣ ହୋଇଥିବା ଜାହାଜକୁ ମୁକ୍ତ କରିବା ପାଇଁ ଉଦ୍ୟମ ଜୋରଦାର କରାଯାଇଥିଲା। ଏହି କାର୍ଯ୍ୟରେ ପାଟ୍ରୋଲିଂ ଜାହାଜ INS Sumedha ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅପହରଣ ହୋଇଥିବା ଇରାନ ଜାହାଜକୁ INS Sumedha ସହାୟତାରେ ଚିହ୍ନଟ କରାଯାଇଥିଲା। ଜାହାଜଟି ସମୁଦ୍ର ଉପକୂଳଠାରୁ ପ୍ରାୟ ୧୬୭ କିଲୋମିଟର ଦୂରରେ ଥିଲା। ଅଲ-କାମ୍ବରକୁ ଡକାୟତମାନଙ୍କ କବଳରୁ ମୁକ୍ତ କରିବାରେ ଗାଇଡ୍ ମିସାଇଲ୍ ଫ୍ରିଗେଟ୍ INS ତ୍ରିଶୂଳର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା।