fbpx

Break-Up ମାମଲାର ସମାଧାନ କରିବ ଭାରତୀୟ ନ୍ୟାୟ ସଂହିତା: ଜାଣନ୍ତୁ ନୂଆ ନିୟମରେ କ’ଣ ରହିବ ଦଣ୍ଡବିଧାନ

Advertisement

ଓଡ଼ିଶା ଭାସ୍କର: ଚଳିତ ମାସ ଜୁଲାଇ ପ୍ରଥମ ଦିନରୁ ଦେଶରେ ନୂଆ ଅପରାଧିକ ଆଇନ୍ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଛି । ଏହି ନିୟମରେ ପ୍ରେମ ବିଚ୍ଛେଦ(Break-Up) ମାମଲା ପାଇଁ ମଧ୍ୟ ଦଣ୍ଡବିଧାନ ରହିଛି । ପ୍ରେମରେ ଧୋକା ଦେଇଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବାର ନିୟମ ରହିଛି । ସମ୍ପର୍କ, ସହମତି ଏବଂ ବିବାହ ପ୍ରାୟତଃ ଆଇନ କାନୁନ ମାମଲାରେ ଏକ ଜଟିଳ ସମସ୍ୟା ହୋଇ ରହିଛି । ବର୍ତ୍ତମାନ ଏହା ପୁଣିଥରେ ଚର୍ଚ୍ଚାକୁ ଆସିଛି । ଜୁଲାଇ ୧ ତାରିଖରେ ୧୬୪ ବର୍ଷ ପୁରୁଣା ଭାରତୀୟ ଦଣ୍ଡ ସଂହିତା(IPC) ସ୍ଥାନରେ ନୂଆ ଭାରତୀୟ ନ୍ୟାୟ ସଂହିତା(BNS)କୁ ଲାଗୁ କରାଯାଇଛି ।

ଭାରତୀୟ ନ୍ୟାୟ ସଂହିତାର ଧାରା ୬୯:

BNS ନିୟମ ଅନୁସାରେ, ଧାରା ୬୯ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଭାରତୀୟ ନ୍ୟାୟ ସଂହିତାର ଦାରା ୬୯ରେ କୁହାଯାଇଛି ଯେ, ଯଦି ବିନା କୌଣସି ଉଦ୍ଦେଶ୍ୟରେ ବିବାହ କରିବାର ପ୍ରତିଶ୍ରୁତି ହୋଇଥାଏ ଏବଂ ଯୌନ ସମ୍ବନ୍ଧ ରଖାଯାଏ, ତେବେ ବ୍ୟକ୍ତି ଜଣକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ । ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ସେକ୍ସନ ୬୯ ଅନୁସାରେ, କୌଣସି ମହିଳାଙ୍କୁ ଧୋକା ଦେଇ ତାଙ୍କ ସହ ଯୌନ ସମ୍ପର୍କ ରଖିବା ନେଇ ଦୋଷୀ ସାବ୍ୟସ୍ତ ହେଲେ, ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । ଯଦି କେହି ବ୍ୟକ୍ତି କୌଣସି ଉଦ୍ଦେଶ୍ୟ ବିନା ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖନ୍ତି, ତେବେ ତାଙ୍କୁ ମଧ୍ୟ ଦଣ୍ଡ ଦିଆଯିବ । ଏହାସହିତ ଦୋଷୀଙ୍କୁ ଜରିମାନା ଲାଗୁ କରାଯାଇପାରେ । ତେବେ ଦୁଷ୍କର୍ମ ମାମଲାରେ ଆସୁନଥିବା କେସ ଗୁଡ଼ିକ ଏହି ଦାରା ଅନୁସାରେ ବିଚାର କରାଯିବ ।

ଧାରା ୬୯ ସମ୍ପୂର୍ଣ୍ଣ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଇପାରେ । ଭାରତୀୟ ଦଣ୍ଡ ସଂହିତା (IPC)ରେ ତଥ୍ୟକୁ ଲୁଚାଇ କିମ୍ବା ପ୍ରତାରଣା କରି ଯୌନ ସମ୍ପର୍କ ରଖିବା ଭଳି ମାମଲାରେ କୌଣସି ବିଶେଷ ନିୟମ ରହି ନଥିଲା । ଏହାପୂର୍ବରୁ ଏଭଳି ମାମଲା ଭାରତୀୟ ଦଣ୍ଡବିଧି ଆଇନର ଧାରା ୯୦ ଅନୁଯାୟୀ ଶୁଣାଣି ହେଉଥିଲା । ଏଥିରେ କୁହାଯାଇଥିଲା ଯେ, ଭୟ କିମ୍ବା ଭୁଲ ଧାରଣା ଅନୁଯାୟୀ ଦିଆଯାଇଥିବା ସମ୍ମତିକୁ କାହାର ସହମତି ଭାବରେ ବିବେଚନା କରାଯିବ ନାହିଁ । ଏଭଳି ମାମଲାରେ ମହିଳା ମାନେ ବ୍ରେକଅପ୍ କିମ୍ବା ସମ୍ପର୍କ ଭାଙ୍ଗିବା ପରେ ବଳାତ୍କାର କରିଥିବା ଅଭିଯୋଗ କରିଥାନ୍ତି। ଧାରା ୬୯ ଅନୁଯାୟୀ, ମିଥ୍ୟା ପ୍ରତିଶୃତି ଯୋଗୁଁ ଯୌନ ସମ୍ପର୍କ ରଖିଥିବାକୁ ସହମତି ପ୍ରଦାନ କରିଥିବା ଦାବି କରିପାରନ୍ତି । ଧାରା ୬୯ ରେ ଚାକିରି କିମ୍ବା ପଦୋନ୍ନତିର ମିଥ୍ୟା ପ୍ରତିଶ୍ରୁତି, ପ୍ରଲୋଭନ ଏବଂ ପରିଚୟ ଲୁଚାଇ ବିବାହ କରିବା ଇତ୍ୟାଦି ସାମିଲ ରହିଛି ।

ଧାରା ୬୯ ରେ ବ୍ରେକଅପ୍ ମାମଲା ଗୁଡ଼ିକୁ ବେଆଇନ ବୋଲି ଦର୍ଶାଇଛି । ବିବାହ ପୂର୍ବରୁ ସମ୍ପର୍କ ସମାପ୍ତ ହେଲେ ପୁରୁଷମାନଙ୍କୁ ଆଇନଗତ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଏହି ନିୟମ ଅନୁଯାୟୀ, ମହିଳାମାନେ ବିବାହର ପ୍ରତିଶ୍ରୁତି ଦେଇ ଛାଡିଥିବା ପୁରୁଷଙ୍କ ବିରୋଧରେ ମାମଲା ଦାୟର କରିପାରିବେ। ଯଦି ଅନ୍ୟ କୌଣସି କାରଣରୁ ବ୍ରେକଅପ୍ ହୋଇଥିଲେ ମଧ୍ୟ ବିବାହର ପ୍ରତିଶୃତି ଦେଇ ସମ୍ପର୍କ ରଖିବା ଅଭିଯୋଗରେ ଫସିବାର ଭୟ ରହିଥାଏ । ପୋଲିସ ଅଧିକାରୀ କହିଛନ୍ତି ଯେ, BNSର ଧାରା ୬୯ ଅନୁଯାୟୀ ଏହି ବ୍ୟକ୍ତିଙ୍କୁ ବିଶ୍ୱସନୀୟ ପ୍ରମାଣ ବିନା ଜଣେ ପୁରୁଷଙ୍କୁ ଗିରଫ କରିବା ସହଜ ହୋଇପାରେ ।

Get real time updates directly on you device, subscribe now.