fbpx

ସିଡନୀ ପାଇଁ ଭାରତୀୟ ଦଳ, ଡେବ୍ୟୁ କରିବେ ସୈନୀ

ନୂଆଦିଲ୍ଲୀ,୬ ।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଭାସ୍କର ଟ୍ରଫିର ୩ୟ ଟେଷ୍ଟ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆସନ୍ତା ୭ ଜାନୁଆରୀରେ ଖେଳାଯିବ । ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ଯୋଡି ହୋଇଛନ୍ତି ରୋହିତ ଶର୍ମା । ୧୧ ଜଣିଆ ଦଳରେ ରୋହିତ ଶର୍ମା ଓ ନବଦୀପ ସୈନୀ ସାମିଲ ହୋଇଛନ୍ତି । ଟେଷ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି ନବଦୀପ ସୈନୀ । ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ରୋହିତ ଶର୍ମା ଖେଳିବେ । ତେବେ ଭାରତର ୧୧ ଜଣିଆ ଟିମରେ ରହିଛନ୍ତି – ରୋହିତ, ଶୁବମନ, ପୂଜାରୀ, ରାହାଣେ(ଅଧିନାୟକ), ହନୁମା, ପନ୍ତ, ଜାଡେଜା, ଅଶ୍ୱିନ, ବୁମରା, ସିରଜା ଓ ସୈନୀ ।

Get real time updates directly on you device, subscribe now.