fbpx

କୋଟି କୋଟି ଯାତ୍ରୀଙ୍କୁ ରେଲୱେ ଦେଲା ଖୁସି ଖବର: ଦୀପାବଳି ଏବଂ ଛଠ୍ ପାଇଁ ବଡ ଉପହାର

Advertisement

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି ଏବଂ ଛଠ୍ । ଏଥିପାଇଁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଥିପାଇଁ ରେଲୱେ ତରଫରୁ ଯାତ୍ରୀମାନଙ୍କୁ ମିଳିଛି ଏକ ବଡ ଉପହାର । ଘରଠୁ ଦୂରରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ଘରେ ପହଞ୍ଚାଇବା ପାଇଁ ଖାସ ବ୍ୟବସ୍ଥା ଆଣୁଛି ରେଲୱେ । ତେବେ ଅଧିକ ଯାତ୍ରୀ ଏବଂ ଯାତାୟତ ହେଉଥିବା କାରଣରୁ ଟିକେଟର ଅଭାବକୁ ଦୂର କରିବା ପାଇଁ ଏହି ବ୍ୟବସ୍ଥା କରୁଛି ରେଲୱେ ।

ଏଣିକି ଯାତ୍ରୀମାନଙ୍କୁ ଖୁବ କମ୍ ସମୟରେ ଏବଂ ସହଜରେ ମିଳିପାରିବ ଟ୍ରେନ ଟକେଟ । ଏ ନେଇ ରେଲୱେ ତରଫରୁ ଏକ ବଡ ଘୋଷଣା କରାଯାଇଛି । ଚଳିତର୍ବେ ଛଠ ପୂଜାରେ ୧୭୯ ସ୍ପେଶାଲ ଟ୍ରେନ ଚାଲୁ କରାଯିବ । ଫଳରେ ଯାତ୍ରୀମାନଭ୍କୁ ଖୁବ ସହଜରେ ଟିକେଟ ମିଳିପାରିବ ବୋଲି ଆଶା କରାଯାଉଛି । ଏହି ସମୟରେ ଅତିରିକ୍ତ ଭିଡକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସ୍ପେଶାଲ ଟ୍ରେନଗୁଡିକ ମୁଖ୍ୟତଃ ଦିଲ୍ଲୀ-ପାଟନା, ଦିଲ୍ଲୀ-ଭାଗଲପୁର, ଦିଲ୍ଲୀ-ମୁଜଫରପୁର ଏବଂ ଦିଲ୍ଲୀ-ସହରସା ଆଦି ପ୍ରମୁଖ ସ୍ଥାନକୁ ସଂଯୋଗ କରିବ ।

ରେଳ ମନ୍ତ୍ରାଳୟ ତରଫରୁ ମିଳିତିବା ସୂଚନା ଅନୁଯାୟୀ, ଭାରତୀୟ ରେଲୱେ ଚଳିତ ବର୍ଷ ଛଠ୍ ପୂଜା ମଧ୍ୟରେ ୧୭୯ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯିବ । ଯାହାଦ୍ୱାରା ପୂଜା ମହୋତ୍ସବ ସମୟରେ ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି ।

କେଉଁ ରୁଟରେ କେତେ ଟ୍ରେନ ଚାଲିବ?

• ପୂର୍ବ ମଧ୍ୟ ରେଲୱେ ୯ ଯୋଡି ସ୍ପେଶାଲ ଟ୍ରେନର ୧୨୮ ଯାତ୍ରାକୁ ଅଦିସୂଚିତ କରିଛି

• ପୂର୍ବତଟ ରେଲୱେ ୬ଟି ଯୋଡି ସ୍ପେଶାଲ ଟ୍ରେନର ୯୪ ଟ୍ରିପ ଚାଲୁ ରହିବ

• ପୂର୍ବ ରେଲୱେର ୧୪ ଯୋଡି ବିଶେଷ ଟ୍ରେନ ସହ ୧୦୮ ଟ୍ରିପ ଚଳାଇବ

• ଉତ୍ତର ରେଲୱେର ୩୫ ଯୋଡି ସ୍ପେଶାଲ ଟ୍ରେନର ମୋଟ ୩୬୮ ଟ୍ରିପ ଚାଳୁ ରହିବ

• ଉତ୍ତର ମଧ୍ୟ ରେଲୱେ ତରଫର ୮ ଯୋଡି ସ୍ପେଶାଲ ଟ୍ରେନର ୨୨୩ ଯାତ୍ରାକୁ ସୂଚନା ଜାରି ହୋଇଛି

• ମଧ୍ୟ ରେଲୱେ ମଧ୍ୟ ୭ ଯୋଡି ସ୍ପେଶାଲ ଟ୍ରେନର ୧୦୦ ଟ୍ରିପ ପାଇଁ ଅଧିସୂଚିତ କରାଯାଇଛି ।

Get real time updates directly on you device, subscribe now.