fbpx

ଟ୍ରେନରେ ଯାତ୍ରା ଲାଗି କରିଥିବା ଟିକେଟ ହଜିଗଲେ କି ଚିରିଗଲେ ଚିନ୍ତା କରନ୍ତୁ ନାହିଁ, ଏହି ଉପାୟ ଆପଣାଇ ଟ୍ରେନରେ ସ୍ୱଭାବିକ ଯାତ୍ରା କରିପାରିବେ

ନୂଆଦିଲ୍ଲୀ: କୌଣସି ବି ଟ୍ରେନରେ ଯାତ୍ରା କରିବା ଲାଗି ଆପଣଙ୍କ ପାଖରେ ବୈଧ ଟିକେଟ ରହିଥିବା ନିହାତି ଆବଶ୍ୟକ । କେବଳ ରେଳ ନୁହେଁ ରେଲୱେ ପ୍ଲାଟଫର୍ମରେ ବି ଆପଣ ବିନା ଯାତ୍ରା ଟିକେଟ ବା ପ୍ଲାଟଫର୍ମ ଟିକେଟରେ ଯାଇପାରିବେ ନାହିଁ । ଏପରି କଲେ ଆପଣଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇପାରେ । ବହୁ ସମୟରେ ଏପରି ହୋଇଥାଏ ଯେ, ବ୍ୟକ୍ତି ଟିକେଟ ନେଇଥାଏ କିନ୍ତୁ ତାହା କେଉଁଠି ହଜିଯାଇଥାଏ । ଟିକେଟ ହଜିଯିବା ଫଳରେ ଯାତ୍ରୀ ବହୁତ ଟେନସନରେ ପଡିଯାଏ । ରେଳ ନିୟମ ବିଷୟରେ ଜ୍ଞାନ ନ ଥିବାରୁ ବ୍ୟକ୍ତି ଜାଣିପାରେ ନାହିଁ ଟିକେଟ ଘରେ ଛାଡି ଆସିବା କିମ୍ବା ଟିକେଟ କେଉଁଠି ହଜାଇଦେବା ଦ୍ୱାରା ବ୍ୟକ୍ତି ଟ୍ରେନରେ ଯାତ୍ରା କରିପାରିବ କି ନା ? ଯଦି ବି ଟ୍ରେନରେ ବସି ଯାଇଛନ୍ତି ତେବେ ତାଙ୍କୁ ଜୋରିମାନା ଭରିବାକୁ ପଡିବ କି ନା ? ନିମ୍ନରେ ଆପଣଙ୍କ ଏହିସବୁ ପ୍ରଶ୍ନର ଉତ୍ତର ରହିଛି ।

ଯାତ୍ରା ସମୟରେ ଟିକେଟ ହଜିଗଲେ କେହି ବି ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ଏପରି କ୍ଷେତ୍ରରେ ଆପଣ ଡୁପ୍ଲିକେଟ ଟିକେଟ ବନାଇ ଯାତ୍ରା କରିପାରିବେ । ଅଲଗା ଅଲଗା ଶ୍ରେଣୀ ଲାଗି ଡୁପ୍ଲିକେଟ ଟିକେଟ ବନାଇବାର ନିୟମ ଓ ଫି’ ଅଲଗା ଅଲଗା ରହିଛି । ଯାତ୍ରୀ ଟ୍ରେନରେ ଟିଟିଇ ପାଖକୁ ଯାଇ ଏହି ଡୁପ୍ଲିକେଟ ଟିକେଟ ବନାଇପାରିବ । କେବଳ ଏତିକି ନୁହେଁ ଯାତ୍ରୀ ଟିକେଟ କାଉଣ୍ଟରକୁ ଯାଇ ମଧ୍ୟ ଡୁପ୍ଲିକେଟ୍ ଟିକେଟ ପ୍ରାପ୍ତ କରିପାରିବ ।
ଭାରତୀୟ ରେଳର ଅଧିକାରୀକ ୱେବସାଇଟ୍ indianrail.gov.in ଅନୁସାରେ ଡୁପ୍ଲିକେଟ୍ ଟିକେଟ ନେବା ପାଇଁ ଆପଣଙ୍କୁ କିଛି ଶୁଳ୍କ ଭରିବାକୁ ପଡିବ । ସେକେଣ୍ଡ ଓ ସ୍ଲିପର କ୍ଲାସ ଲାଗି

ଡୁପ୍ଲିକେଟ ଟିକେଟ ବନାଇବା ଲାଗି ଆପଣଙ୍କୁ ୫୦ ଟଙ୍କା, ଓ ଏହାର ଉପର ଶ୍ରେଣୀ ଲାଗି ୧୦୦ ଟଙ୍କା ଦେବାକୁ ହେବ । ଯଦି ରିଜର୍ଭେସନ ଚାଟ୍ ତିଆରି ହେବା ପରେ ଆପଣଙ୍କ ଟିକେଟ ହଜିଯିବ ତେବେ ଭଡାର ୫୦ ପ୍ରତିଶତ ଆପଣଙ୍କୁ ଦେବାକୁ ପଡିବ ।
ଅନ୍ୟପକ୍ଷରେ ଟିକେଟ ଚିରିଗଲେ ବା ଫାଟିଗଲେ ତେବେ ଏଥିପାଇଁ ଆପଣଙ୍କୁ ବି ଡୁପ୍ଲିକେଟ୍ ଟିକେଟ ମିଳିବ । ମୋଟ ଭଡାର ୨୫ ପ୍ରତିଶତ ଭରଣା କରିବା ପରେ ଆପଣଙ୍କୁ ଡୁପ୍ଲିକେଟ୍ ଟିକେଟ ମିଳିବ ।

 

Get real time updates directly on you device, subscribe now.