fbpx

ବ୍ରିଟେନରେ ନିଖୋଜ ଭାରତୀୟ ଛାତ୍ର, ବୈଦେଶିକ ମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ନିବେଦନ

ଅନେକ ଭାରତୀୟ ଛାତ୍ର ବିଦେଶକୁ ପାଠ ପଢ଼ିବା ଓ ଚାକିରି ପାଇଁ ଆସିଥାନ୍ତି । ଅଧିକାଂଶ କ୍ଷେତ୍ରରେ ଭାରତୀୟ ଛାତ୍ରମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସ୍ଥିତିରେ ପୁଣି ଏକ ଭାରତୀୟ ଛାତ୍ର ବିଦେଶରେ ନିଖୋଜ ହେବା ଖବର ସାମ୍ନାକୁ ଆସିଛି । ବ୍ରିଟେନର Loughborough ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଭାରତୀୟ ଛାତ୍ର ଜି.ଏସ୍ ଭାଟିଆ ଗତ ଡିସେମ୍ବର ୧୫ରୁ ନିଖୋଜ ଥିବା ନେଇ ସୂତ୍ରରୁ ପ୍ରକାଶ । ଏନେଇ ବିଜେପି ନେତା ମନଜିନ୍ଦର ସିଂ ସିରସା କେନ୍ଦ୍ରୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ନିଖୋଜ ଭାରତୀୟ ଛାତ୍ରର ପତ୍ତା ଲଗାଇବା ପାଇଁ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି ।

ଏହି ପୋଷ୍ଟରେ ସେ ଲେଖିଛନ୍ତି ପୂର୍ବ ଲଣ୍ଡନର କେନରୀ ହ୍ୱାର୍ଫରେ ଭାଟିଆଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ସେ ଡିସେମ୍ବର ୧୫ରୁ ନିଖୋଜ ଅଛନ୍ତି । ଭାରତୀୟ ଛାତ୍ରଙ୍କୁ ଖୋଜିବା ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଭାଟିଆଙ୍କ ବିଷୟରେ କିଛି ବି ସୂଚନା ମିଳିଲେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିବା ପାଇଁ କହିଛନ୍ତି । ଏହା ସହ ଭାଟିଆଙ୍କ ପରିଚୟ ପତ୍ର ମଧ୍ୟ ଶେୟାର କରିଛନ୍ତି ।

Get real time updates directly on you device, subscribe now.