Women World Cup 2025: ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିମାନଙ୍କୁ ମିଳିଲା ସ୍ଥାନ; ଅଧିନାୟକ ହେଲେ…

ମହିଳା ବିଶ୍ୱକପ୍ 2025 ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଶେଫାଲି ବର୍ମାଙ୍କୁ ଦଳରେ ମିଳିଲାନି ସୁଯୋଗ ।

ନୂଆଦିଲ୍ଲୀ:  ମହିଳା ବିଶ୍ୱକପ୍ 2025 ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜନ ହେବାକୁ ଯାଉଛି ମହିଳା ବିଶ୍ୱକପ୍ 2025 । ଏଥିରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଲେ ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକ ପଦ ଦିଆଯାଇଛି । କିଛି ସମୟ ଧରି ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ସୁଯୋଗ ମିଳିଛି।

ଶେଫାଲି ବର୍ମାଙ୍କୁ ସ୍ଥାନ ମିଳିନାହିଁ

ଭାରତୀୟ ଦଳର ଷ୍ଟାର ଓପନର ବ୍ୟାଟସମ୍ୟାନ ଶେଫାଲି ବର୍ମାଙ୍କୁ ଟିମକେରେ ସ୍ଥାନ ମିଳି ନାହିଁ। ଚୟନକର୍ତ୍ତାମାନେ ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସ୍ଥାନ ଦେଇଥିଲେ। କିନ୍ତୁ ସେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲେ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ସେ କେବଳ 3, 3 ଏବଂ 41 ରନ କରିଥିଲେ। ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାୱଲଙ୍କ ଯୋଡ଼ି ଭାରତୀୟ ମହିଳା ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ ଏବଂ ନିଜ ଦମରେ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଥିଲେ। 2025 ବିଶ୍ୱକପ୍ ପାଇଁ ମନ୍ଧାନା-ରାୱଲଙ୍କ ଯୋଡ଼ି ଉପରେ ନିର୍ଭର କରାଯାଇଛି।

ଭାରତ ଦୁଇଥର ମହିଳା ବିଶ୍ୱକପ୍ ଫାଇନାଲରେ ସ୍ଥାନ ପାଇଛି

ଭାରତୀୟ ମହିଳା ଦଳ ଦଳରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ପ୍ରତୀକା ରାୱଲ, ହରଲିନ୍ ଦେଓଲ, ଜେମିମା ରୋଡ୍ରିଗେଜ୍ ଭଳି ବ୍ୟାଟ୍ସମ୍ୟାନ୍ ସାମିଲ ଅଛନ୍ତି। ବୋଲିଂ ବିଭାଗରେ ରେଣୁକା ସିଂହ, ଅରୁନ୍ଧତୀ ରେଡ୍ଡୀ, ରାଧା ଯାଦବ ଏବଂ ସ୍ନେହ ରାଣା ଭଳି ଖେଳାଳି ଅଛନ୍ତି। ଭାରତୀୟ ଦଳ ଏପର୍ଯ୍ୟନ୍ତ ମହିଳା ବିଶ୍ୱକପ୍ ଟାଇଟଲ ଜିତିନାହିଁ। ଭାରତ ଦୁଇଥର (2005, 2017) ମହିଳା ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ ଉଭୟ ଥର ଏହାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ମହିଳା ବିଶ୍ୱକପରେ ମୋଟ 8ଟି ଦଳ ଅଂଶଗ୍ରହଣ କରୁଛନ୍ତି

ଭାରତୀୟ ଦଳ ସମେତ ମୋଟ 8ଟି ଦଳ 2025 ମହିଳା ବିଶ୍ୱକପରେ ଅଂଶଗ୍ରହଣ କରୁଛନ୍ତି। ଏଥିରେ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଅନ୍ତର୍ଭୁକ୍ତ। ଭାରତୀୟ ମହିଳା ଦଳ 30 ସେପ୍ଟେମ୍ବରରେ ଶ୍ରୀଲଙ୍କା ଦଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।

ଆଇସିସି ମହିଳା ବିଶ୍ୱକପ୍ 2025 ପାଇଁ ଭାରତୀୟ ଦଳ:

ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ପ୍ରତୀକା ରାୱଲ, ହରଲିନ୍ ଦେଓଲ, ଜେମିମା ରୋଡ୍ରିଗେଜ୍ , ଦୀପ୍ତି ଶର୍ମା, ରେଣୁକା ସିଂହ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରିଚା ଘୋଷ (ଉଇକେଟକିପର), କ୍ରାନ୍ତି ଗୌଡ଼, ଅମନଜୋତ କୌର, ରାଧା ଯାଦବ, ଶ୍ରୀ ଚରଣୀ, ଯସ୍ତିକା ଭାଟିଆ (ଉଇକେଟକିପର) ଏବଂ ସ୍ନେହ ରାଣା।