ଦେଖନ୍ତୁ (video) ଟ୍ରମ୍ପ ସରକାରଙ୍କ ନିର୍ଯ୍ୟାତନା ନର୍କ ଯନ୍ତ୍ରଣାଠୁ ବଳିଗଲା… ଜଞ୍ଜିରରେ ହାତ, ଗୋଡ଼ ବନ୍ଧା ଅବସ୍ଥାରେ ସ୍ୱଦେଶ ଫେରିଲେ ଭାରତୀୟ
ଆମେରିକୀୟ ସେନାର ଅତ୍ୟାଚାର ଶୁଣିଲେ ଆଖିରୁ ବାହାରିଆସୁଛି ଲୁହ । ଘୋଷାଡ଼ି ଘୋଷାଡ଼ି ନେଉଥିଲେ ବାଥରୁମ୍ ।
ଅମୃତସର: ଆମେରିକା ବିମାନରେ ବୁଧବାର ୧୦୪ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଗୁରୁଦାସପୁର ଜିଲ୍ଲାର ହରଦୋରବାଲ ଗାଁର ବର୍ଷିୟ ସିଂ ଆମେରିକାରୁ ଫେରିବା ସମୟର କରୁଣ କାହାଣୀ ବଖାଣିଛନ୍ତି ।
ଆମେରିକାରେ ଅନୁପ୍ରବେଶ କରିବା ପରେ ଜାନୁଆରୀ ୨୪ ତାରିଖରେ ଆମେରିକୀୟ ବର୍ଡର ଫୋର୍ସ ତାଙ୍କୁ ଧରି ନେଇଥିଲା । ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ପ୍ରାୟ ୧୦୪ ଜଣଙ୍କୁ ଆମେରିକୀୟ ସେନା ବିମାନ ଦ୍ୱାରା ଭାରତ ପଠାଯାଇଛି । ଅନୁପ୍ରବେଶକାରୀଙ୍କ ଭିତରେ ୧୯ ମହିଳା ଥିବାବେଳେ ୧୩ ଜଣ ନାବାଳକ ରହିଥିଲେ । ଏହାଛଡ଼ା ଚାରିବର୍ଷର ଏକ ବାଳକ ଏବଂ ୫ରୁ ୭ ବର୍ଷ ବୟସର ୨ ଜଣ ଝିଅ ରହିଥିଲେ ।
ନର୍କ ଯନ୍ତ୍ରଣା: ଆମେରିକାରୁ ଫେରିଥିବା ପଞ୍ଜାବର ହରବିନ୍ଦର ସିଂ କହିଛନ୍ତି, ୪୦ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ହାତରେ ହାତକଡ଼ି ଓ ପାଦରେ ବେଡି ପଡ଼ିଥିଲା । ସିଟରୁ ହଲିବାକୁ ମଧ୍ୟ ବାରଣ କରାଯାଇଥିଲା । ଟଇଲେଟ୍ ବ୍ୟବହାରର ଅନୁମତି ମଧ୍ୟ ଦିଆଯାଇ ନ ଥିଲା ।
କିନ୍ତୁ ବାରମ୍ବାର ଅନୁରୋଧ କରିବା ପରେ ସେମାନଙ୍କୁ ଘୋଷାଡ଼ି ଘୋଷାଡ଼ି ବାଥରୁମ୍ ନିଆଯାଉଥିଲା । ୪୦ ଘଣ୍ଟାର ଯାତ୍ରା ନରକ ଯନ୍ତ୍ରଣାଠାରୁ ମଧ୍ୟ ଅଧିକ ଥିଲା । ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ କଷ୍ଟ ଦିଆଯାଇଥିଲା ।
ସେମାନେ ଯେଉଁ ସ୍ୱପ୍ନ ନେଇ ଆମେରିକା ଯାଇଥିଲେ । ତାହା ଏବେ ଅଧା ରହିଯାଇଛି । ଗାଁ ଜମି ବନ୍ଧା ପକେଇ ଆମେରିକା ଯାଇଥିବା ହରବିନ୍ଦର ସ୍ତ୍ରୀକୁ ଦେଇଥିବା କଥା ମନେ ପକାଇ କାନ୍ଦୁଛନ୍ତି ।
USBP and partners successfully returned illegal aliens to India, marking the farthest deportation flight yet using military transport. This mission underscores our commitment to enforcing immigration laws and ensuring swift removals.
If you cross illegally, you will be removed. pic.twitter.com/WW4OWYzWOf
— Chief Michael W. Banks (@USBPChief) February 5, 2025