fbpx

Big Breaking ପାକିସ୍ତାନ ଉପରେ ଭାରତର ହଲ୍ଲା ବୋଲ: ବୋଲିଂ ଆଟାକ ସାମ୍ନାରେ ୧୯୨ ରନ୍ ଟାର୍ଗେଟ ଦେଲା ବାବର ସେନା

ଅହମ୍ମଦାବାଦ: ପାକିସ୍ତାନ ବିପକ୍ଷରେ ନିଜର ଦମ୍ ଦେଖାଇଛି ଭାରତର ବୋଲିଂ ଡିପାର୍ଟମେଣ୍ଟ । ଟିମ ଇଣ୍ଡିଆର ପେସ ଆଟାକକୁ ସାମ୍ନା କରିବାରେ ଫେଲ ମାରିଛି ବାବର ସେନା । ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ପରେ ଦଳ ଏକ ବଡ଼ ପାର୍ଟନରସିପ ଗଢିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ରୋହିତ ସେନାର ଷ୍ଟାର ବୋଲର ପାକିସ୍ତାନର ସମସ୍ତ ବ୍ୟାଟରଙ୍କୁ ଚକମା ଦେଇ ମ୍ୟାଚର ରୋମାଞ୍ଚ ଦ୍ୱିଗୁଣିତ କରି ଦେଇଛନ୍ତି । ପାକିସ୍ତାନ ବ୍ୟାଟରଙ୍କ ଦୁର୍ବଳ ପ୍ରଦର୍ଶନ ବଳରେ ଭାରତକୁ ଏହି ହାଇ ଭୋଲ୍ଟେଜ ମ୍ୟାଚରେ ମାତ୍ର ୧୯୨ ରନର ଟାର୍ଗେଟ ଦେଇ ପାରିଛି ବାବର ସେନା ।

ଭାରତ-ପାକିସ୍ତାନ ମ୍ୟାଚ ବିଶ୍ୱକପର ସବୁଠାରୁ ସଂଘର୍ଷପୂର୍ଣ୍ଣ ମ୍ୟାଚ ହେବ ବୋଲି ଆଶା କରାଯାଉଥିବା ବେଳେ ଏହା ସମ୍ପୂର୍ଣ୍ଣ ମଉଳିଯାଇଛି । ଟିମ ଇଣ୍ଡିଆର ବୋଲିଂ ଆଗରେ ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନାହାନ୍ତି । ତେବେ ଭାରତର ସମସ୍ତ ବୋଲର ଦୁଇଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜାଙ୍କ ହାତରେ ୨ଟି ଲେଖାଏଁ ସଫଳତା ଲାଗିଛି । ତେବେ ଶାର୍ଦ୍ଦୁଳ ଠାକୁର ଏହି ମ୍ୟାଚରେ ମାତ୍ର ୨ ଓଭର ବୋଲିଂ କରିଥିବା ବେଳେ ଭାରତର ଏକ ମାତ୍ର ବୋଲର ଭାବରେ କୌଣସି ୱିକେଟ ପାଇନାହାନ୍ତି ।

ଭାରତ-ପାକିସ୍ତାନ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ବୋଲିଂ ଡିପାର୍ଟମେଣ୍ଟ । ପାକିସ୍ତାନର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି ଭାରତୀୟ ବୋଲର । କେବଳ ଶାର୍ଦ୍ଦୁଳ ଠାକୁରଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୋଲର ଦୁଇଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଟିମ ଇଣ୍ଡିଆର ବୋଲରଙ୍କ ଆଗରେ ମାତ୍ର ୧୯୧ରେ ଅଲ ଆଉଟ ହୋଇ ପାଭିଲିୟୟନ ଫେରିଛି ବାବର ସେନା । ତେବେ ଅଧିନାୟକ ବାବର ଏକମାତ୍ର ଖେଳାଳି ଭାବରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ଶ୍ରୀଲଙ୍କା ବିପକ୍ଷରେ ଶତକ ଅର୍ଜନ କରିଥିବା ମହମ୍ମଦ ରିଜୱାନ ମଧ୍ୟ ବଡ଼ ସ୍କୋର କରିପାରି ନାହାନ୍ତି । ୪୯ ରନରେ ସେ ବୁମରାହଙ୍କ ଶିକାର ହୋଇ ପାଭିଲିୟନ ଫେରିଛନ୍ତି । ଏହାବ୍ୟତୀତ ଦଳର କୌଣସି ଖେଳାଳି ବଡ଼ ପାର୍ଟନରସିପ୍ କରିନଥିବା ବେଳେ ୫ ଜଣ କ୍ରିକେଟର ଦୁଇ ଅଙ୍କ ଛୁଇଁବାରେ ଅସମର୍ଥ ହୋଇଛନ୍ତି । ଫଳରେ ଭାରତକୁ ଏହି ମ୍ୟାଚରେ ମାତ୍ର ୧୯୨ ରନର ଛୋଟ ବିଜୟ ଲକ୍ଷ୍ୟ ଦେଇଛି ପାକିସ୍ତାନ ।

Get real time updates directly on you device, subscribe now.