fbpx

ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱରେ ଆର୍ଥିକ କ୍ଷେତ୍ରରେ ଦେଖା ଦେଇଥିବା ଚ୍ୟାଲେଞ୍ଜିଂ ସମୟରେ ଭାରତର ଅର୍ଥ ବ୍ୟବସ୍ଥା ଆଶାର କିରଣ ଭାବେ ଚମକିଛି। ମନିକଣ୍ଟ୍ରୋଲ ୱେବସାଇଟ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ଉଦ୍ରୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିର ଦୃଢ଼ ଅଭିବୃଦ୍ଧି ଏବଂ ସ୍ଥିରତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ଟୁଇଟରରେ ପୋଷ୍ଟ କରିଛନ୍ତି, ‘ଭାରତର ଅର୍ଥ ବ୍ୟବସ୍ଥା ଏହି ଚ୍ୟାଲେଞ୍ଜିଂ ସମୟରେ ଆଶାର କିରଣ ଭାବେ ଚମକିଛି। ଦୃଢ଼ ଅଭିବୃଦ୍ଧି ଏବଂ ଦୃଢ଼ ମନୋବଳ ସହିତ ଭବିଷ୍ୟତ ଆଶାଜନକ ଲାଗୁଛି। ଆସନ୍ତୁ ଏହି ଗତିକୁ ବଜାୟ ରଖିବା ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ସମୃଦ୍ଧି ସୁନିଶ୍ଚିତ କରିବା।’

Get real time updates directly on you device, subscribe now.