fbpx

ଭାରତର ପ୍ରଥମ ବିଜୟରେ ବଦଳିଗଲା ସେମି ଫାଇନାଲର ସମୀକରଣ, ଜାଣନ୍ତୁ ଏବେ ଦଳକୁ କଣ କରିବାକୁ ପଡିବ ?

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ କ୍ରମାଗତ ଦୁଇଟି ଶୋଚନୀୟ ପରାଜୟ ପରେ ଭାରତ ପ୍ରଥମ ବିଜୟ ହାସଲ କରିଛି । ଭାରତ ନିଜର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁକ ୬୬ ରନର ବଡ ବ୍ୟବଧାନରେ ହରାଇଛି । ଏଥିସହିତ ଭାରତର ସେମି ଫାଇନାଲରେ ପହଞ୍ଚିବା ଆଶା ଉଜ୍ଜୀବିତ ରହିଛି । ଏବେ ଭାରତକୁ ନିଜର ବାକି ଦୁଇଟି ମ୍ୟାଚକୁ ବଡ ବ୍ୟବଧାନରେ ମଧ୍ୟ ଜିତିବାକୁ ପଡିବ । ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନର ବିଜୟ କାମନା କରିବ ଭାରତ । ଭାରତୀୟ ଦଳ ପାଇଁ ଭଲ ଖବର ଯେ, ନ୍ୟୁଜିଲାଣ୍ଡ ସ୍କଟଲାଣ୍ଡକୁ ବହୁତ ବଡ ବ୍ୟବଧାନରେ ହରାଇ ପାରି ନାହିଁ । ତେଣୁ ନ୍ୟୁଜିଲାଣ୍ଡର ନେଟ୍ ରନ ରେଟ୍ ସେତେ ଅଧିକ ନୁହେଁ। ଅନ୍ୟପଟେ ଭାରତଠୁ ଶୋଚନୀୟ ଭାବେ ହାରିବା ପରେ ଆଫଗାନିସ୍ତାନର ରନ ରେଟ୍ ମଧ୍ୟ ବହୁତ ଖସିଛି ।

ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ସ୍କଟଲାଣ୍ଡ ଏବଂ ନାମିବିୟା ପରି ଛୋଟ ଦଳ ବିପକ୍ଷରେ ରହିଛି । ଆଉ ଭାରତକୁ ଏହି ଦୁଇଟି ମ୍ୟାଚ୍ ବିଶାଳ ବ୍ୟବଧାନରେ ଜିତିବାକୁ ପଡିବ । ଧରି ନିଆଯାଉ ଭାରତ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ନାମିବିୟା ଓ ସ୍କଟଲାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍ ଜିତିବେ । ତେବେ କେମିତି ରହବି ସେମି ଫାଇନାଲ ସମୀକରଣ ଆସନ୍ତୁ ଜାଣିବା

୧ – ଯଦି ଭାରତ ନିଜର ବାକି ଦୁଇଟି ମ୍ୟାଚରେର ସ୍କଟଲାଣ୍ଡ ଓ ନାମିବିୟାକୁ ବଡ ବ୍ୟବଧାନରେ ହରାଏ ଏବଂ ନ୍ୟୁଜିଲାଣ୍ଡ ରବିବାର ଆଫଗାନିସ୍ତାନଠୁ ହାରିଯାଏ ତେବେ ଭାରତ ସେମି ଫାଇନାଲରେ ପହଞ୍ଚିପାରେ । ଏହି ସ୍ଥିତିରେ ଭାରତ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡର ସମାନ ୬ ପଏଣ୍ଟ ରହିବ । ମାତ୍ର ଉନ୍ନତ ନେଟ୍ ରନ ରେଟ ଆଧାରରେ ଭାରତ ସେମି ଫାଇନାଲରେ ପହଞ୍ଚିଯିବ । ବର୍ତ୍ତମାନ ଭାରତର ନେଟ୍ ରନ ରେଟ୍ +୦.୦୭୩, ନ୍ୟୁଜିଲାଣ୍ଡର ନେଟ୍ ରନ ରେଟ୍ +୦.୮୧୬ ଓ ଆଫଗାନିସ୍ତାନର ରନ ରେଟ୍ +୧.୪୮୧ ରହିଛି ।

୨ – ଯଦି ନ୍ୟୁଜିଲାଣ୍ଡ ଦଳ ଆଫଗାନିସ୍ତାନକୁ ହରାଇଦିଏ ତେବେ ଭାରତର ସେମି ଫାଇନାଲ ଦ୍ୱାର ବନ୍ଦ ହୋଇଯିବ । ନ୍ୟୁଜିଲାଣ୍ଡ ନିଜର ବାକି ଦୁଇଟି ମ୍ୟାଚ୍ ଜିତି ଆଠ ପଏଣ୍ଟ ସହ ସେମି ଫାଇନାଲରେ ପହଞ୍ଚିଯିବ । ଏମିତି ସ୍ଥିତିରେ ରନ ରେଟର କୌଣସି ମହତ୍ୱ ରହିବ ନାହିଁ । ଭାରତ ଛଅ ପଏଣ୍ଟ ଏବଂ ଆଫଗାନିସ୍ତାନ ଚାରି ପଏଣ୍ଟରେ ରହିଯିବ । ଆଉ ଏହି ଦୁଇ ଦଳ ସେମି ଫାଇନାଲରୁ ବାହାର ହୋଇଯିବ ।

୩ – ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ବଡ ବ୍ୟବଧାନରେ ହରାଇ ଦିଏ ତେବେ ସେ ସେମି ଫାଇନାଲରେ ପ୍ରବେଶ କରିବ । ଏହି ସ୍ଥିତିରେ ଭାରତ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନର ଛଅ ପଏଣ୍ଟ ରହିବ । କିନ୍ତୁ ଉନ୍ନତ ରନ ରେଟ ଆଧାରରେ ଆଫଗାନିସ୍ତାନ ସେମି ଫାଇନାଲରେ ପହଞ୍ଚିଯିବ ।

ଭାରତ ଏବେ ନଭେମ୍ବର ୫ରେ ସ୍କଟଲାଣ୍ଡ ଓ ନଭେମ୍ବର ୮ରେ ନାମିବିୟା ସହ ମୁକାବିଲା କରିବ । ଭାରତକୁ ଯଦି ସେମି ଫାଇନାଲ ଆଶା ଉଜ୍ଜୀବିର ରଖିବାର ଅଛି ତେବେ ସମସ୍ତ ମ୍ୟାଚକୁ ବଡ ଅନ୍ତରରେ ଜିତିବାକୁ ପଡିବ । ଏବେ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପାରନ୍ତି ଆଉ ବିଶାଳ ସ୍କୋର ଛିଡା କରି ବିପକ୍ଷ ଦଳକୁ ବଡ ବ୍ୟବଧାନରେ ହରାଇବାକୁ ଚେଷ୍ଟା କରି ପାରିବେ । ସେପଟେ ଲକ୍ଷ୍ୟର ପିଛା କରି ଭାରତକୁ କମ ଓଭରରେ ମ୍ୟାଚ୍ ଜିତିବାକୁ ପଡିବ ।

Get real time updates directly on you device, subscribe now.