ନୂଆଦିଲ୍ଲୀ: ମଣିଷ ପାଇଁ କିଛି ଅସମ୍ଭବ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ହରିୟାଣା ହିସାରର ଜଣେ ଯୁବକ । ବିଶ୍ୱର ଚତୁର୍ଥ ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଲୁଇସ ଚଢିବାରେ ପ୍ରଥମ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି । ପର୍ବତର ଶିଖରରେ ପହଞ୍ଚି ଭାରତୀୟ ତ୍ରିରଙ୍ଗା ଉଡାଇବା ସହ ସାରା ଭାରତ ଏବଂ ରାଜ୍ୟର ନାମ ବିକଶିତ କରିଛନ୍ତି ।
ହରିୟାଣା ହିସାର ଜିଲ୍ଲାର ମିଙ୍ଗନୀଖେଡାର ଯୁବକ ନରେନ୍ଦ୍ର କୁମାର ନିଜ ଗାଁ ସହ ସାରା ଭାରତ ପାଇଁ ଗର୍ବ ଆଣିଛନ୍ତି । ନିଜ ପ୍ରଥମ ଚେଷ୍ଟାରେ ବିଶ୍ୱର ଚତୁର୍ଥ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଲୁଇସର ଶିଖରକୁ ଚଢି ସେ ଇତିହାସରେ ନିଜ ନାଁ ଲିପିବଦ୍ଧ କରିଛନ୍ତି । ମାଉଣ୍ଟ ଲୁଇସରେ ଚଢି ତ୍ରିରଙ୍ଗା ପତାକା ଉଡାଇଛନ୍ତି ନରେନ୍ଦ୍ର । ଏହି ଶୃଙ୍ଗକୁ ଚଢିବା ଖୁବ କଷ୍ଟକର ହୋଇଥାଏ । ମାଇନସ ୪୦ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବିଭିନ୍ନ ଯାନ୍ତ୍ରିକ ଅସୁବିଧାର ସାମନା କରିବାକୁ ପଡିଥାଏ । ତେବେ ଏସବୁକୁ ଅତିକ୍ରମ କରି ଶିକରରେ ପହଞ୍ଚିବାରେ ସେ ହରିୟାଣାର ପ୍ରଥମ ବ୍ୟକ୍ତି ହୋଇଛନ୍ତି । ଏହି ଯାତ୍ରା ପାଇଁ ୧୨ ଏପ୍ରିଲରେ ନେପାଳ କାଠମାଣ୍ଡୁ ଏଭରେଷ୍ଟ ବେସରେ ପହଞ୍ଚିଥିଲେ ନରେନ୍ଦ୍ର । ତେବେ ମୌସୂମୀର ଅପେକ୍ଷା କରି ମେ ୧୨ ତାରିଖରେ ଏଭରେଷ୍ଟ ବେସ କ୍ୟାମ୍ପରୁ ବାହାରି ୧୫ ମେ’ ପର୍ଯ୍ୟନ୍ତ ଯାତ୍ରା ଜାରି ରଖିଥିଲେ । ତେବେ ମୌସୂମୀ ଖରାପ ରହିବା ସହିତ କମ ତାପମାତ୍ରା ଯୋଗୁଁ ଅକ୍ସିଜେନ ସିଲିଣ୍ଡର ସହାୟତାରେ ସେ ଉପରକୁ ଯାଇଥିବା କହିଛନ୍ତି ନରେନ୍ଦ୍ର ।
ଅନେକ ବାଧାବିଘ୍ନ ପରେ ସାହସ ଦେଖାଇ ମେ ୧୬ ତାରିଖ ସକାଳ ୫ଟା ସୁଦ୍ଧା ଶିଖରରେ ପହଞ୍ଚି ତ୍ରିରଙ୍ଗା ପତାକା ଉଡାଇ ରେକର୍ଡ କରିଥିଲୁ । ବିଶ୍ୱର ଚତୁର୍ଥ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଲୁଇସ ଚଢିବା ଖୁବ କଷ୍ଟକର ହୋଇଥାଏ । ତେବେ ସମସ୍ତ ଅସୁବିଧାକୁ ଅତିକ୍ରମ କରି ଏଠାରେ ପହଞ୍ଚିବା ପରେ ନିଜକୁ ଏବଂ ରାଜ୍ୟକୁ ଗର୍ବିତ କରାଇଛନ୍ତି ହରିୟାଣାର ନରେନ୍ଦ୍ର କୁମାର ।