fbpx

ଆମେରିକା, ଚୀନ୍‌ ପରେ ପ୍ରତିରକ୍ଷା ବ୍ୟୟ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ଭାରତ

Advertisement

ନୂଆଦିଲ୍ଲୀ: ୨୦୨୧ରେ ଆମେରିକା, ଚୀନ୍‌ ଓ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ପରିମାଣର ଅର୍ଥ ବ୍ୟୟ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆମେରିକା ଓ ଚୀନ୍‌ ତୁଳନାରେ ଭାରତର ପ୍ରତିରକ୍ଷା ବ୍ୟୟ ଯଥେଷ୍ଟ କମ୍‌ ବୋଲି ଷ୍ଟକ୍‌ ହୋମ୍‌ସ୍ଥିତ ଆନ୍ତର୍ଜାତିକ ଶାନ୍ତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୧ରେ ବିଶ୍ୱରେ ପ୍ରତିରକ୍ଷା ବ୍ୟୟ ୨.୧ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି । ଏହି ପରିମାଣ ପ୍ରତିରକ୍ଷା ଖର୍ଚ୍ଚରେ ସର୍ବକାଳୀନ ବୃଦ୍ଧି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

୨୦୨୧ରେ ଆମେରିକା, ଚୀନ୍‌, ଭାରତ, ବ୍ରିଟେନ୍‌ ଓ ରୁଷିଆ ଏ କ୍ଷେତ୍ରରେ ସର୍ବାଧିକ ବ୍ୟୟ କରିଛନ୍ତି ଯାହାକି ମୋଟ ସାମରିକ ବ୍ୟୟର ୬୨ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ୨ ବର୍ଷ ଧରି ଲାଗିରହିଥିବା କରୋନା ମହାମାରୀ ସତ୍ତେ୍ୱ ବି ବିଶ୍ୱରେ ପ୍ରତିରକ୍ଷା ଖର୍ଚ୍ଚରେ ରେକର୍ଡ ବୃଦ୍ଧି ହୋଇଛି । ମୁଦ୍ରାସ୍ଫୀତି ସାମାନ୍ୟ ଧିମେଇ ଯାଇଛି ପ୍ରତିରକ୍ଷା ଅଭିବୃଦ୍ଧି ହାର କ୍ଷେତ୍ରରେ । କିନ୍ତୁ ସାମଗ୍ରିକ ଭାବେ ଏହା ୬.୧ ପ୍ରତିଶତ ବୃଦ୍ଧି ପାଇଛି ।

ଏହି ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ୨୦୨୧ରେ ଆମେରିକାର ପ୍ରତିରକ୍ଷା ବ୍ୟୟ ୮୦୧ ବିଲିୟନ୍‌ ଆମେରିକୀୟ ଡଲାରରେ ପହଞ୍ଚିଥିଲା । ୨୦୨୦ ଅପେକ୍ଷା ଏହା କମ୍‌ ଥିଲେ ମଧ୍ୟ ଆମେରିକା ଏକ ନମ୍ବର ସ୍ଥାନ ହାସଲ କରିବାରେ ସମର୍ଥ ହୋଇପାରିଛି । ସେହି ରି ଚୀନ୍‌ ମଧ୍ୟ ୨୦୨୧ରେ ପ୍ରତିରକ୍ଷା କ୍ଷେତ୍ରରେ ୨୯୩ ବିଲିୟନ୍‌ ଆମେରିକୀୟ ଡଲାର ବ୍ୟୟ କରିଛି । ୨୦୨୦ ତୁଳନାରେ ଏହି ବ୍ୟୟ ହାର ୪.୭ ପ୍ରତିଶତ ଅଧିକ । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଥିବା ଦେଶଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ଏହାର ପ୍ରତିରକ୍ଷା ବ୍ୟୟ ଆମେରିକା ଓ ଚୀନ୍‌ ତୁଳନାରେ ଯଥେଷ୍ଟ କମ୍‌ ରହିଛି । ୨୦୨୧ରେ ଭାରତର ପ୍ରତିରକ୍ଷା ବ୍ୟୟ ଥିଲା ୭୬.୬ ବିଲିୟନ ଡଲାର । ୨୦୨୦ ତୁଳନାରେ ଭାରତର ପ୍ରତିରକ୍ଷା ବ୍ୟୟ ୨୦୨୧ରେ ୦. ପ୍ରତିଶତ ବଢ଼ିଥିଲା ।

Get real time updates directly on you device, subscribe now.