fbpx

ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହର ପାକିସ୍ତାନରେ ମୃତ୍ୟୁ

ନୂଆଦିଲ୍ଲୀ: ଭାରତର ୱାଣ୍ଟେଡ ତାଲିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହର ମୃତ୍ୟୁ ଘଟିଛି । ଗଜିନ୍ଦର ପାକିସ୍ତାନର ଲାହୋରରେ ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଇଣ୍ଡିଆନ ଏୟାରଲାଇନ୍ସ ଅପହରଣ ପଛରେ ଗଜିନ୍ଦରର ହାତ ଥିଲା । ଭାରତର ୨୦ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକାରେ ଗଜିନ୍ଦର ରହିଥିଲା । ସେ କଠୋରପନ୍ଥୀ ସଂଗଠନ ଦଲ୍ ଖାଲସାର ପ୍ରତିଷ୍ଠାତା ଥିଲା । ଗଜିନ୍ଦରକୁ ଭାରତକୁ ହସ୍ତାନ୍ତର କରିବାକୁ କୁହାଯାଇଥିଲେ ହେଁ ଆତଙ୍କବାଦୀ ସେଠାରେ ନଥିବା ପାକିସ୍ତାନ ପକ୍ଷରୁ ବାରମ୍ବାର ନଥିବା କୁହାଯାଇଥିଲା ।

୧୯୮୧ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ୧୧୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ବେଳେ ଇଣ୍ଡିଆନ ଏୟାରଲାଇନ୍ସର ବିମାନକୁ ଅପହରଣ କରାଯାଇଥିଲା । ଉକ୍ତ ବିମାନ ଅପହରଣ ପଛରେ ହାତ ଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଗଜିନ୍ଦର ରହିଥିଲା । ଜେନେରାଲ ସିଂହ ଭିଣ୍ଡରୱାଲେ ଓ ଅନ୍ୟ ଖଲିସ୍ତାନୀ ଆତଙ୍କବାଦୀଙ୍କ ଗିରଫଦାରୀକୁ ବିରୋଧ କରି ଉକ୍ତ ଅପହରଣ ରଚାଯାଇଥିଲା । ଗଜିନ୍ଦର ପାକିସ୍ତାନରେ ଲୁଚି ରହିଥିବା ନେଇ ୨୦୨୧ ମସିହାରେ ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ ଗଜିନ୍ଦର ସମେତ ଅନ୍ୟ ୫ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନରେ ୧୪ ବର୍ଷ ଜେଲଦଣ୍ଡ ଶୁଣାଣି ହୋଇଥିଲା । ୧୯୯୫ ମସିହାରେ ଗଜିନ୍ଦର ଜେଲରୁ ମୁକ୍ତ ହୋଇଥିଲା ଓ ତା’ପରେ ସେ ଜର୍ମାନୀ ପଳାଇଥିଲା । ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ବିରୋଧ ପରେ ଗଜିନ୍ଦରକୁ ଜର୍ମାନୀରୁ ପାକିସ୍ତାନକୁ ଆସିବାକୁ ପଡ଼ିଥିଲା ।

Get real time updates directly on you device, subscribe now.