ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବଳି ପଡିଲା ଭାରତର ଶେୟର ବଜାର: ଦିନକରେ ନିବେଶକଙ୍କୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ଭାରତର ସେୟର ବଜାରକୁ ଲାଗିଛି ଏକ ଶକ୍ତ ଝଟକା । ଦିନକରେ ହୋଇଥିବା ଗୁରୁତର ହ୍ରାସକୁ ନେଇ ନିବେଶକ ଚିନ୍ତାରେ ପଡଛନ୍ତି । ୧୩.୪୪ ଲକ୍ଷ କୋଟି ଟଙ୍କାର ଏକ ବଡ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଭାରତର ନିବେଶକ । ଫଳରେ ବିଏସଇରେ ସୂଚୀଭୁକ୍ତ କମ୍ପାନୀମାନଙ୍କ ବଜାର ପୁଞ୍ଜିକରଣ(ମାର୍କେଟ କ୍ୟାପିଟାଲାଇଜେସନ) ଯୁଦ୍ଧ ଆରମ୍ଭ ପୂର୍ବରୁ ୨,୫.୬୮,୬୬୮.୩୩ ଥିବା ବେଳେ ଦିନକ ପରେ ଏହାର ମୂଲ୍ୟ ୨,୪୨,୨୪,୧୭୯.୭୯ କୋଟି ଟଙ୍କାକୁ ଖସିଥିବା ଜଣାଯାଇଛି ।

Stock Market Down? One Thing Never to Do

୨୦୨୦ ମାର୍ଚ୍ଚ ୨୩ ପରେ ବଜାରରେ ଏହାକୁ ସବୁଠୁ ବଡ ହ୍ରାସ ବୋଲି କୁହାଯାଇଛି । କରୋନା ପାଇଁ ଲକଡାଉନ ଯୋଗୁଁ ସେତେବେଳେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା । ସେପଟେ ଗୁରୁବାର ବଜାରରେ କାରବାର ବନ୍ଦ ହେବା ସମୟରେ ସେନସେକ୍ସ ୨୭୮୮ ପଏଣ୍ଟ ହ୍ରାସ ସହ ୫୪,୪୪୫ ଅଙ୍କରେ ପହଞ୍ଚିଥିବା ବେଳେ ନିଫ୍ଟି ୮୪୨ ପଏଣ୍ଟ ହ୍ରାସ ଘଟି ୧୬,୨୧୮ରେ ପହଞ୍ଚିଛି । ଏହାର ପ୍ରଭାବରେ ରିଲାଏନ୍ସ ଗ୍ରୁପରେ ମାର୍କେଟ କ୍ୟାପିଟାଲାଇଜେସନ ୧ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା ବେଳେ ଆଡାନୀ ଗ୍ରୁପରେ ୬୬ ହଜାର କୋଟି ଟଙ୍କାର କ୍ଷତି ସହିଛି ।