fbpx

ଆଇପିଏଲ୍‌ ଶେଷ ହେବାର ସପ୍ତାହ ପରେ ଟି-୨୦ ବିଶ୍ୱକପ, ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ବାତିଲ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଆଇପିଏଲ ଓ ଟି-୨୦ ବିଶ୍ୱକପ୍‌ ପରି ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ନେଇ ଦକ୍ଷିଣ ଆଫ୍ରିିକା ବିକ୍ଷ ଟି- ୨୦ ସିରିଜ ବାତିଲ କଲା ବିସିସିଆଇ।
କାରଣ ଆସନ୍ତା ସେପ୍ଟେମ୍ବର ମାସରେ ଏହି ସିରିଜ ଅନୁଷ୍ଠିତ ହେବାର ଥିଲା । ତେବେ ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟ ଦଳକୁ ଆଦୌ ଫୁରସତ୍‌ ମିଳିବ ନାହିଁ। ଇଂଲଣ୍ଡ ଗସ୍ତ ସମାପ୍ତ କରି ସେପ୍ଟେମ୍ବର ୧୫ ତାରିଖରେ ଭାରତୀୟ ଦଳ ସେଠାରୁ ଫେରିବା ପରେ ଆଇପିଏଲ ଖେଳିବେ । ଏହା ପରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ । ତେଣୁ ସେହି ସମୟ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିକ୍ଷ ସିରିଜ ଖେଳିବା ଅସମ୍ଭବ ବୋଲି ବିସିସିଆଇ କହିଛି ।

ସେହିପରି ଆଇପିଏଲର ଦ୍ୱିତୀୟ ଭାଗ ସମାପ୍ତ ହେବାର ୭ କିମ୍ବା ୧୦ ଦିନ ପରେ ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ । ତେଣୁ ଏହି ସମୟରେ ଅନ୍ୟ କୌଣସି କାର୍ଯ୍ୟସୂଚୀ ହୋଇ ପାରିବ ନାହିଁ । ତେବେ ପରବର୍ତ୍ତୀ ସମୟରେ ଏହି ସିରିଜ ଆୟୋଜନ ନେଇ ଆଲୋଚନା କରାଯିବ । ନଚେତ ଭାରତୀୟ ଦଳ ଆସନ୍ତା ବର୍ଷ ଦକ୍ଷିଣ  ଆଫ୍ରିକା ଗସ୍ତରେ ଯିବାକୁ ଥିବାରୁ ଏହି ସିରିଜ ବାବଦରେ ଅଧିକ କିଛି ମ୍ୟାଚ ଖେଳିବା ନେଇ ବିଚାର ବିମର୍ଷ କରାଯିବ ।

ଅନ୍ୟ ପକ୍ଷରେ ଆସନ୍ତା ନଭେମ୍ବର ମାସରେ ନ୍ୟୁଜିଲାଣ୍ଡ ବିରୋଧରେ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ଖେଳିବା କାର୍ଯ୍ୟକ୍ରମ ଥିବା ବେଳେ କରୋନା ପରିସ୍ତିତିକୁ ନେଇ ସ୍ଥାନ ନିରୂପଣ କରାଯିବ ବୋଲି ବିସିସିଆଇ କହିଛି ।

Get real time updates directly on you device, subscribe now.