ମଝି ଆକାଶରେ ବିମାନର ସିଟରେ ବସିଥିବା ବେଳେ ମହିଳାଙ୍କ ମୃତ୍ୟୁ, ମହାରାଷ୍ଟ୍ରରେ ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜିନଗରର ଚିକାଲଥାନା ବିମାନ ବନ୍ଦରରେ ରବିବାର ରାତିରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଇମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ବିମାନରେ ଥିବା ଜଣେ ୮୯ ବର୍ଷୀୟା ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ଏହି ଜରୁରୀକାଳୀନ ଅବତରଣ କରାଯାଇଥିଲା । ଅବଶ୍ୟ ବିମାନବନ୍ଦରରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଏହାର ଅର୍ଥ ହେଉଛି ମହିଳାଙ୍କର ମୃତ୍ୟୁ ବିମାନ ଭିତରେ ହିଁ ହୋଇଥିଲା ।

ସୂଚନା ଅନୁଯାୟୀ, ମୁମ୍ବାଇରୁ ବାରାଣସୀ ଯାଉଥିବା ବିମାନରେ ଉତ୍ତର ପ୍ରଦେଶର ମିର୍ଜାପୁରର ବାସିନ୍ଦା ସୁଶୀଳା ଦେବୀ ନାମକ ଜଣେ ବୃଦ୍ଧା ମହିଳା ଚଢ଼ି ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ଉଡ଼ାଣ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା । କ୍ରୁ ସଦସ୍ୟମାନେ ତୁରନ୍ତ ପାଇଲଟଙ୍କୁ ଜଣାଇବା ପରେ ବିମାନଟିକୁ ଛତ୍ରପତି ସମ୍ଭାଜୀନଗରର ଚିକଲଥାନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା ।

ବିମାନବନ୍ଦରରେ ଉପସ୍ଥିତ ଡାକ୍ତରୀ ଦଳ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ଖେଳିଯାଇଥିଲା । ଏହି ଦୁଃଖଦ ଘଟଣାରେ ଏୟାରଲାଇନ୍ସ ଶୋକ ପ୍ରକାଶ କରିଛି ।