fbpx

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧; କ୍ରମାଗତ ୫ମ ଥର ପାଇଁ ଇନ୍ଦୋର ସବୁଠାରୁ ପରିଷ୍କାର ସହର

Advertisement

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣରେ କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ‘ସ୍ୱଚ୍ଛତା ତାଜ୍’ ହାତେଇଛି ମଧ୍ୟପ୍ରଦେଶର ଇନ୍ଦୋର ସହର । ୫ମ ଥର ପାଇଁ ଇନ୍ଦୋରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହର ଭାବେ ଘୋଷଣା କରାଯାଇଛି । ଗୃହ ଏବଂ ସହରାଞ୍ଚଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୋଇଥିବା ସ୍ୱଚ୍ଛ ଭାରତ ଅମୃତ ମହୋତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କରିଛନ୍ତି ସ୍ୱଚ୍ଛତା ତାଜ୍ । ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ଗୁଜରାଟ ଏବଂ  ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ସହର ରହିଛନ୍ତି । ସେହିଭଳି ରାଜ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ସବୁଠାରୁ ସ୍ୱଚ୍ଛ ରାଜ୍ୟର ମାନ୍ୟତା ମିଳିଛି । ସୁରାଟ ଏବଂ ବିଜୟୱାଡାକୁ ଆବର୍ଜନା ମକ୍ତ ସହର ପାଇଁ ଫାଇଭ ଷ୍ଟାର ସାର୍ଟିଫିକେସନ ମିଳିଛି ।

ସ୍ୱଚ୍ଛ ସର୍ବେକ୍ଷଣ ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାଦ୍ୱାରା ଦେଶର, ବିଭିନ୍ନ ସହର ଏବଂ ନଗର ଗୁଡ଼ିକରେ ପରିଷ୍କାର, ପରିଚ୍ଛନ୍ନତା, ସ୍ୱଚ୍ଛତା ଏବଂ ପରିମଳର ବାର୍ଷିକ ସର୍ବେକ୍ଷଣ କରାଯାଏ । ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସ୍ୱଚ୍ଛ ସର୍ବେକ୍ଷଣକୁ ପ୍ରଥମର ୨୦୧୬ରେ ଲଞ୍ଚ କରାଯାଇଥିଲା । ଭାରତକୁ ପରିଷ୍କାର ଏବଂ ଖୋଲାମଳମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ୨୦୨୧ରେ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣରେ ୪,୩୨୦ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

Get real time updates directly on you device, subscribe now.