fbpx
BSKY
BJD MC SKY
BJD MS SKY

ଏଠି କେବଳ ପତଳୀ ଝିଅଙ୍କ ଚାହିଦା; କାହିଁକି ଏମିତି କହିଲେ ଶେହନାଜ

ମୁମ୍ବାଇ: ବିଗବସ୍ ୧୩ରେ ଅଂଶଗ୍ରହଣ କରିଥିବା ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍ ପୁଣି ଥରେ ଚର୍ଚ୍ଚାରେ । ତେବେ ଏଥର ନିଜ ପତଳା ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି ଶେହନାଜ । ଏହା ପୂର୍ବରୁ ନିଜର କ୍ୟୁଟନେସ ପାଇଁ ଫ୍ୟାନଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଶେହନାଜ । ତେବେ ଶେହନାଜଙ୍କର ଏହି ନୂତନ ଲୁକ୍ ବେଶ ଭାଇରାଲ ହୋଇଛି ।
ଏକ ୟୁଟ୍ୟୁବ୍ ଲାଇଭ୍ ସମୟରେ କିଛି ଫ୍ୟାନ୍ ତାଙ୍କ ପୁରୁଣା ଲୁକ୍ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ଶେହନାଜ କହିଥିଲେ, ମୋ ପୁରୁଣା ଲୁକ୍ ମୁଁ ଯେ କୌଣସି ସମୟରେ ପାଇ ପାରିବି । ମାତ୍ର ଗ୍ଲାମର ଇଣ୍ଡଷ୍ଟ୍ରୀରେ କାମ ମିଳିବା ପାଇଁ ପତଳୀ ହେବା ନିତାନ୍ତ ଆବଶ୍ୟକ । ଏହା ମୁଁ ଖୁବ୍ ଶୀଘ୍ର ବୁଝି ଯାଇଥିଲି । ଏବେ ପତଳୀ ହେବା ପରେ ମୋ ପାଖରେ ଏକାଧିକ ପ୍ରୋଜେକ୍ଟ ରହିଛି ବୋଲି ଶେହନାଜ କହିଥିଲେ । ଇଣ୍ଡଷ୍ଟ୍ରୀରେ ପତଳୀ ଝିଅଙ୍କୁ ଅଧିକ କାମ ମିଳିଥାଏ ବୋଲି ଶେହନାଜ କହିଛନ୍ତି ।

Get real time updates directly on you device, subscribe now.