fbpx

୧୬ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ ଆସନ୍ତା କାଲି ୧୬ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବୁଧବାର ୧୧ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଗୁରୁବାର ଏହା ୧୬ ଜିଲ୍ଲାକୁ ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟରେ ମାତ୍ର ୧୧୪ କେନ୍ଦ୍ରରେ ଟିକାକରଣ ଜାରି ରହିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଗଭୀର ଭାବରେ ପ୍ରଭାବିତ ହୋଇଛି । ବୁଧବାର ୧ ଲକ୍ଷ ଡୋଜ କୋଭିସିଲ୍ଡ ଆସିବାକୁ ଥିବା ବେଳେ ଏହା ଆସିପାରିନାହିଁ । ଫଳରେ ଆଗାମୀ ଦିନରେ ଟିକାକରଣ ଆହୁରି ଅଧିକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ରାଜ୍ୟରେ ୨୫୦ରୁ ଅଧିକ ଟିକାକରଣ କେନ୍ଦ୍ରରେ ଟିକା ଦାନ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ଏହା ଗଭୀର ଭାବରେ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.